ଭୁବନେଶ୍ବର:ରାଜ୍ୟ ବିଜେପିର ଚାଲିଛି ଦୁଇଦିନିଆ କାର୍ଯ୍ୟକାରିଣୀ ବୈଠକ । କାର୍ଯ୍ୟକାରିଣୀ ବୈଠକ ଦ୍ବିତୀୟ ଦିନରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ବିରୋଧୀଦଳ ମୁଖ୍ୟସଚେତକ ତଥା ବିଜେପି ବିଧାୟକ ମୋହନ ମାଝୀ ( BJP MLA Mohana majhi press meet on Executive Meeting) ।
ପଞ୍ଚାୟତିରାଜ ଯୋଜନାରେ ବ୍ୟାପକ ଅର୍ଥ ହରିଲୁଟ ହେଉଛି । ବିଭିନ୍ନ ଯୋଜନାରେ କେନ୍ଦ୍ର ସରକାର ବହୁ ପରିମାଣର ଅର୍ଥ ଦେଉଛନ୍ତି। କାର୍ଯ୍ୟକାରିଣୀରେ ଏ ପ୍ରସଙ୍ଗକୁ ଉପସ୍ଥାପନା କରାଯାଇଛି । ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଏହି ପ୍ରସଙ୍ଗକୁ ମାଧ୍ୟମ କରିବ ବିଜେପି । ମ୍ୟୁନସିପାଲିଟିରେ ହେଉଥିବା ଦୁର୍ନୀତି ନେଇ ମଧ୍ୟ କାର୍ଯ୍ୟକାରିଣୀରେ ଆଲୋଚନା ହୋଇଛି । ଏହାକୁ ଲୋକଙ୍କ ନିକଟରେ ପହଞ୍ଚାଇବ ବିଜେପି ।
ଇଲେଟ୍ରୋନିକ୍ସ ନୀତି
ଓଡ଼ିଶାରେ ନେତାମାନେ ଅନେକ କଥା କହିଥାନ୍ତି । କଂଗ୍ରେସ ହଜାର ଦିନରେ ହଜାରେ ଶିଳ୍ପ କଥା କହିଥିଲା । 89ଟି ବଡ଼ ଶିଳ୍ପ ଲାଗି MOU ସ୍ବାକ୍ଷର କରିଥିଲା ବିଜେଡି ସରକାର । କିନ୍ତୁ ସେଥିରୁ କେତେଟି ଶିଳ୍ପ ବାସ୍ତବ ରୂପ ନେଇଛି ? ଏ ସରକାର କେବଳ ଭୋଟ ବ୍ୟାଙ୍କ ହାତେଇବାକୁ ଏମିତି ମିଛ ଏମ୍ଓୟୁ କରୁଛି । କିନ୍ତୁ ବିଜେପି ଏସବୁକୁ ଆଗାମୀ ଦିନରେ ପ୍ରସଙ୍ଗ କରିବ ।