ଓଡିଶା

odisha

ETV Bharat / city

Panchayat Election: ସରକାରଙ୍କ ସପକ୍ଷରେ ଯିବ ନାହିଁ କହିଲେ ମୋହନ ମାଝୀ - BJP MLA Mohan Majhi comments on the

ପଞ୍ଚାୟତ ନିର୍ବାଚନ (Panchayat Election) ଘୋଷଣା ପରେ ରାଜ୍ୟ ବିଜେପି ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ମନ୍ତବ୍ୟ । ଅଧିକ ପଢନ୍ତୁ

BJP MLA Mohan Majhi
BJP MLA Mohan Majhi

By

Published : Jan 11, 2022, 5:51 PM IST

ଭୁବନେଶ୍ବର:ପଞ୍ଚାୟତ ନିର୍ବାଚନ (Panchayat Election) ଘୋଷଣା ପରେ ରାଜ୍ୟ ବିଜେପି ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ମନ୍ତବ୍ୟ । ଭାରତୀୟ ଜନତା ପାର୍ଟି(ବିଜେପି) ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ଦଳ ସବୁବେଳେ ନିର୍ବାଚନ ପାଇଁ ପ୍ରସ୍ତୁତ । କିନ୍ତୁ ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ଓବିସି, ଏସସି ଓ ଏସଟି ବର୍ଗଙ୍କୁ ସଂରକ୍ଷଣ ଦେଲେ ନାହିଁ ରାଜ୍ୟ ସରକାର । ସେମାନଙ୍କ ସାମ୍ବିଧାନିକ ଅଧିକାର ଛଡେଇ ନେଲେ ସରକାର । ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥାକୁ ଉଚ୍ଛେଦ କ୍ଷେତ୍ରରେ ରାଜ୍ୟ ସରକାରଙ୍କର ପ୍ରମୁଖ ଭୂମିକା ରହିଛି । ରାଜ୍ୟରେ ଅଛୁଆ ବର୍ଗ(ଓବିସି) 54 ପ୍ରତିଶତ ଏସଟି ବର୍ଗ 24 ପ୍ରତିଶତକୁ ନେଇ 78 ପ୍ରତିଶତ ଅଛନ୍ତି । ହେଲେ ସଂରକ୍ଷଣ ଦେଇ ପାରିଲେ ନାହିଁ ସରକାର ।

ସରକାର ଜାଣିଛନ୍ତି Panchayat Election ତାଙ୍କ ସପକ୍ଷରେ ଯିବ ନାହିଁ: ମୋହନ ମାଝୀ

ଏହି ସଂରକ୍ଷଣକୁ ନେଇ ଲୋକଙ୍କ ମଧ୍ୟର ଅସନ୍ତୋଷ ରହିଛି । ଯାହା ସରକାରଙ୍କୁ ବହୁମୁଲ୍ୟ ଦେବାକୁ ପଡିବ । ବିଜେପି ପ୍ରଥମେ ସଂରକ୍ଷଣ ପରେ ନିର୍ବାଚନ ଦାବି କରିଥିଲା । ଏହାସହ ବର୍ତ୍ତମାନର କୋଭିଡ ସ୍ଥିତିକୁ ଦେଖି କିଛି ମାସ ନିର୍ବାଚନ ଘୁଞ୍ଚାଇବାକୁ ଦାବି କରିଥିଲା । ହେଲେ ସରକାର ନିର୍ବାଚନ କରୁଛନ୍ତି । କାରଣ ସରକାର ଭୋଟ ପାଇଁ ଟଙ୍କା ବାଣ୍ଟିଛନ୍ତି । ଲୋକେ ବୁଝିଲେଣି ରାଜ୍ୟ ସରକାରଙ୍କ ଚକ୍ରାନ୍ତ । ନିର୍ବାଚନରେ ଉଚ୍ଚିତ ଜବାବ ଦେବେ ।

2017 ରେ ବିଜେପି ଯେଉଁ ସଫଳତା ପାଇଥିଲା, ଏଥର ଆହୁରି ଅଧିକ ସଫଳତା ପାଇବ ଦଳ । ପଶ୍ଚିମ ଓଡିଶା, ଦକ୍ଷିଣ ଓଡିଶା ଓ ସାରା ରାଜ୍ୟରେ ଭଲ ପ୍ରଦର୍ଶନ କରିବ ବିଜେପି । ଆମେ ନିର୍ବାଚନ ପାଇଁ ପୁରା ପ୍ରସ୍ତୁତ ଅଛୁ । ଯାହା ଗାଇଡ ଲାଇନ ଆସିଛି ସେହି ଗାଇଡ ଲାଇନ ଅନୁସାରେ ବିଜେପି ନିର୍ବାଚନ ପ୍ରଚାର କରିବ ବୋଲି ମୋହନ କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details