ଓଡିଶା

odisha

ETV Bharat / city

Deogarh MLA Arrest Row: ବାଚସ୍ପତିଙ୍କୁ ଭେଟିଲେ ବିଜେପି ବିଧାୟକ

ଦେବଗଡ଼ ବିଧାୟକଙ୍କ ଗିରଫଦାରୀକୁ ନେଇ ବାଚସ୍ପତିଙ୍କୁ ଭେଟିଲେ ବିଜେପି ବିଧାୟକ । ବିଡିଓଙ୍କୁ ମାଡ ମାରି ଗିରଫ ହୋଇଛନ୍ତି ବିଧାୟକ । ଅଧିକ ପଢନ୍ତୁ

Deogarh MLA Arrest Row: ବାଚସ୍ପତିଙ୍କୁ ଭେଟିଲେ ବିଜେପି ବିଧାୟକ
Deogarh MLA Arrest Row: ବାଚସ୍ପତିଙ୍କୁ ଭେଟିଲେ ବିଜେପି ବିଧାୟକ

By

Published : May 4, 2022, 3:50 PM IST

ଭୁବନେଶ୍ବର: ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଗିରଫ ଘଟଣା(Deogarh MLA Arrest Case) । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ଭେଟିଲେ ବିଜେପି ବିଧାୟକ । ଆଜି ୪ ଜଣିଆ ବିଜେପି ବିଧାୟକ ପ୍ରତିନିଧି ଦଳ ବାଚସ୍ପତିଙ୍କୁ ଭେଟି ବିଧାୟକଙ୍କ ଗିରଫଦାରୀକୁ ନିନ୍ଦା କରିଛନ୍ତି । ସେମାନେ କହିଛନ୍ତି, ''ପୋଲିସ ବିଧାନସଭାର ନିୟମ ମାନୁନାହିଁ । ଏହା ଗୃହକୁ ଅପମାନ କରିଛି ।'' ସୁବାସ ପାଣିଗ୍ରାହୀଙ୍କ ଗିରଫ ମାମଲାରେ ବିଧାୟକ ଦଳ ବାଚସ୍ପତିଙ୍କ ହସ୍ତକ୍ଷେପ ଲୋଡିବା ସହ ଏକ ଚିଠି ଦେଇଛନ୍ତି ।

Deogarh MLA Arrest Row: ବାଚସ୍ପତିଙ୍କୁ ଭେଟିଲେ ବିଜେପି ବିଧାୟକ

ପୂର୍ବରୁ ବିଜେପିର ୧୨ ଜଣ ବିଧାୟକ କଟକ ପୋଲିସ ମୁଖ୍ୟାଳୟରେ ପୋଲିସ ଡ଼ିଜି ସୁନୀଲ ଵଂଶଲଙ୍କୁ ଭେଟିବା ସହ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଦାବି କରିଥିଲେ । ଉଲ୍ଲେଖଯୋଗ୍ୟ, ତିଳେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ଆକ୍ରମଣ ଅଭିଯୋଗରେ ଦେବଗଡ ବିଧାୟକ ଗିରଫ ହୋଇଛନ୍ତି । ବିଧାୟକଙ୍କୁ ଗିରଫ କରାଯିବା ଏକ ଅଭାବନୀୟ ଓ ଦୁର୍ଭାଗ୍ୟଜନକ ଘଟଣା ବୋଲି ବିଜେପି କହିଛି ।

Deogarh MLA Arrest Row: ବାଚସ୍ପତିଙ୍କୁ ଭେଟିଲେ ବିଜେପି ବିଧାୟକ

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details