ଭୁବନେଶ୍ବର: ‘ଫନି’ ବାତ୍ୟାରେ ପୁରୀ ଓ ବ୍ରହ୍ମଗିରି ସବୁଠାରୁ ଅଧିକ କ୍ଷତିଗ୍ରସ୍ତ । କ୍ଷତିପୂରଣ ବଣ୍ଟନ ବେଳେ ନିୟମ ଅନୁସାରେ ସ୍ଥାନୀୟ ବିଧାୟକଙ୍କୁ ସାମିଲ କରିବା କଥା । କିନ୍ତୁ ପ୍ରଶାସନ ବିଧାୟକଙ୍କୁ ସମ୍ପୂର୍ଣ୍ଣ ଅଣଦେଖା କରିଛି । ଦଳୀୟ ଭିତ୍ତିରେ ଜିଲ୍ଲା ପ୍ରଶାସନ ହିତାଧିକାରୀ ଚୟନ କରୁଛନ୍ତି । ହୀନମାନସିକତା ଯୋଗୁଁ ଗଣତନ୍ତ୍ରକୁ ହତ୍ୟା କରାଯାଉଛି । ତାଲିକାରେ ନାଁ ଥାଇ ମଧ୍ୟ କିଛି ହିତାଧିକାରୀ ସାହାଯ୍ୟ ପାଉନାହାନ୍ତି । ଆଜି ଏପରି କିଛି ଅଭିଯୋଗ ଆଣିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ଓ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ।
ଏହାସହ ହିତାଧିକାରୀ ମାନେ ମଧ୍ୟ ଭୟରେ ଅଭିଯୋଗ କରିପାରୁନାହାଁନ୍ତି କାରଣ ତାଙ୍କୁ ଧମକ ଦିଆଯାଉଛି । ପ୍ରକୃତ ହିତାଧିକାରୀଙ୍କୁ ଛାଡି ଶାସକ ଦଳର କର୍ମୀଙ୍କୁ ସାହାଯ୍ୟ ରାଶି ଦିଆଯାଉଛି । ପ୍ରଶାସନର କର୍ମଚାରୀ ମଧ୍ୟ ଶାସକ ଦଳର କର୍ମୀଙ୍କ ପରି କାମ କରୁଛନ୍ତି ବୋଲି ଦୁଇ ବିଧାୟକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ।