ଭୁବନେଶ୍ବର: ମହିଳାଙ୍କ ପ୍ରସଙ୍ଗରେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ଆଜି ବିଧାନସଭାରେ ବିଜେପି ବିଧାୟକ ବିଷ୍ଣୁ ସେଠୀ ଦୁଃଖ ପ୍ରକାଶ କରିଛନ୍ତି।
ବିବାଦୀୟ ମନ୍ତବ୍ୟ ପାଇଁ ଗୃହରେ ଦୁଃଖ ପ୍ରକାଶ କଲେ ବିଷ୍ଣୁ ସେଠୀ - ବିବାଦୀୟ ମନ୍ତବ୍ୟ
ମହିଳାଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇ ବିଜେପି ବିଧାୟକ ବିଷ୍ଣୁ ସେଠୀ ଦୁଃଖ ପ୍ରକାଶ କରିଛନ୍ତି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ବିଧାନସଭାର ଶୂନ୍ୟକାଳରେ ସେ କହିଛନ୍ତି, ଉଦ୍ଦେଶ୍ୟମୂଳକ ଭାବେ କାହାର ଧର୍ମୀୟ ଭାବନାକୁ ଆଘାତ ଦେବାକୁ ଚାହୁଁ ନଥିଲେ । ସେ ପ୍ରକାଶ କରିଥିବା ମତ କିଛି ମିଡିଆ ରିପୋର୍ଟ ଓ ଆନ୍ତର୍ଜାତିକ ସଙ୍ଗଠନ ରିପୋର୍ଟ ଆଧାରରେ କହିଥିଲେ । ତେଣୁ ବାଚସ୍ପତି ଏଭଳି ମନ୍ତବ୍ୟକୁ ବିଧାନସଭା ବିବରଣୀରୁ ବାଦ ଦେବାକୁ ଅନୁରୋଧ କରିଥିଲେ । ଏହାପରେ ବାଚସ୍ପତି ମହିଳାଙ୍କ ପ୍ରତି ଦେଇଥିବା ଥିବା ମନ୍ତବ୍ୟକୁ ଗୃହର ବିବରଣୀରୁ ବାଦ ଦେବାକୁ ରୁଲିଂ ଦେଇଛନ୍ତି।
ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ