ଭୁବନେଶ୍ବର: ମୃତ ଦୁଷ୍ମନ୍ତଙ୍କ ପରିବାରକୁ ଭେଟିବାକୁ ବାହାରିଲା ବିଜେପିର ସାତ ଜଣିଆ ଟିମ । ବିଧାନସଭା ସମ୍ମୁଖରେ ବିଷ ପିଇବା ପରେ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଥିବା ଦୁଷ୍ମନ୍ତଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଯିବା ପରେ ସରଗରମ ହୋଇ ଉଠିଛି ରାଜନୀତି । ବଞ୍ଚି ଥିବାବେଳେ ସାହାଯ୍ୟ ପାଇଁ ବ୍ୟାକୁଳ ହୋଇ ପ୍ରାଣ ହରାଇଥିବା ଦୁଷ୍ମନ୍ତଙ୍କ ପରିବାରକୁ ସହାୟତା ଆଉ ସହାନୁଭୂତିର ବର୍ଷା କରୁଛନ୍ତି ରାଜନେତା ଓ ପ୍ରଶାସନିକ କର୍ମଚାରୀ ।
ମୃତ ଦୁଷ୍ମନ୍ତଙ୍କ ପରିବାରକୁ ଭେଟିବାକୁ ବାହାରିଲା ବିଜେପିର ସାତ ଜଣିଆ ଟିମ - ଦୁଷ୍ମନ୍ତ ଦାସଙ୍କ ପରିବାରକୁ ଭେଟିଲା ବିଜେପି
ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା କରିଥିବା ଦୁଷ୍ମନ୍ତଙ୍କ ପରିବାରକୁ ଭେଟିକୁ ବାହାରିଲା ବିଜେପି । ବିଜେପିର ଏକ ୭ ଜଣିଆ ଟିମ୍ ଦୁଷ୍ମନ୍ତଙ୍କ ଗାଁକୁ ଯାଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...
ଗତକାଲି(ବୁଧବାର) ଦୁଷ୍ମନ୍ତଙ୍କର ମୃତ୍ୟୁ ହୋଇ ଥିବାବେଳେ ରାତାରାତି ପ୍ରଶାସନିକ କର୍ମଚାରୀ ଓ ଏସସିବି ବ୍ୟବଚ୍ଛେଦ ସାରି ଦେଇ ସତ୍କାର କରିଦେଲା । ଏପରି ତରବରିଆ ନିଷ୍ପତ୍ତିକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପରି କ୍ଷେତ୍ରରେ ପୂର୍ବତନ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନେତୃତ୍ୱରେ ଏକ ଟିମ ଆଜି(ଗୁରୁବାର) ଦୁଷ୍ମନ୍ତଙ୍କ ପରିବାରକୁ ଭେଟିବାକୁ ବାହାରିଛି । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅନ୍ତର୍ଗତ ପଙ୍କପାଳ ଗ୍ରାମକୁ ଯାଇଛି ବିଜେପି । ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଯ୍ୟକାରିତାକୁ ନେଇ ମନମୋହନ ପ୍ରଶ୍ନ କରି ଥିବାବେଳେ ରାଜ୍ୟ ସରକାରଙ୍କ ସାମର୍ଥ୍ୟ ନ ଥାଇ କେବଳ ଆୟୁଷ୍ମାନ ଯୋଜନାକୁ କାଉଣ୍ଟର କରିବା ପାଇଁ ଏହି ଯୋଜନା ଲାଗୁ କରିଥିବା କଟାକ୍ଷ କରିଛନ୍ତି । ତେବେ ତୁରନ୍ତ ଆୟୁଷ୍ମାନ ଯୋଜନା ଲାଗୁ କରିବା ପାଇଁ ଦାବି କରିଛନ୍ତି ମନମୋହନ ସାମଲ ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ