ଓଡିଶା

odisha

By

Published : Oct 23, 2019, 9:59 PM IST

ETV Bharat / city

ସ୍ମିତାରାଣୀ ମୃତ୍ୟୁ ମାମଲା, ଗୃହ ସଚିବଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ

ଯାଜପୁର ଭିଏଲଡବ୍ଲ୍ୟୁ ସ୍ମିତାରାଣୀଙ୍କ ହତ୍ୟା ମାମଲା । ବୁଧବାର ବିଜେପି ପ୍ରତିନିଧି ଦଳ ଏନେଇ ଗୃହ ସଚିବଙ୍କୁ ଭେଟିଛି । କାହିଁକି ତଦନ୍ତ ପରିସରକୁ ତାଙ୍କ ବୃତିଗତ ଜୀବନକୁ ପୋଲିସ ଆଣୁନି ବୋଲି ପ୍ରଶ୍ନ କରିଛି ଦଳ । ଅଧିକ ପଢନ୍ତୁ...

ସ୍ମିତାରାଣୀ ମୃତ୍ୟୁ ମାମଲା ଗୃହ ସଚିବଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ

ଭୁବନେଶ୍ବର: ଯାଜପୁର ଭିଏଲଡବ୍ଲ୍ୟୁ ସ୍ମିତାରାଣୀଙ୍କ ହତ୍ୟା ଆଜିକୁ ୭ ଦିନ ପୂରିଲାଣି । ହେଲେ ପୋଲିସ କେବଳ ତଦନ୍ତ ନାଁରେ ତାଙ୍କ ବ୍ୟକ୍ତିଗତ ଜୀବନର ଗୋଟିଏ ପରେ ଗୋଟିଏ ଫର୍ଦ୍ଦ ଓଲଟାଇ ଚାଲିଛି । ହେଲେ କାହିଁକି ତାଙ୍କ ବୃତ୍ତିଗତ ଜୀବନକୁ ତଦନ୍ତ ପରିସରକୁ ଅଣାଯାଉ ନାହିଁ ବୋଲି ବିଜେପି ଅଭିଯୋଗ କରିବା ସହ ଗୃହ ସଚିବଙ୍କୁ ପ୍ରଶ୍ନ କରିଛି ।

ମଙ୍ଗଳବାର ସ୍ମିତାରାଣୀଙ୍କ ସ୍ଵାମୀ ମହିଳା କମିଶନ ଓ ପୋଲିସ ଡିଜିଙ୍କ ପାଖରେ କହିଛନ୍ତି ଯେ, ସ୍ମିତାରାଣୀଙ୍କ ଉପରେ ବୃତ୍ତିଗତ ଚାପ ଥିଲା । ଶାସକ ଦଳର କିଛି ନେତା ମିଥ୍ୟା ବିଲ୍ ପାସ୍ କରାଇବା ସହ ପକ୍କାଘର ହିତାଧିକାରୀଙ୍କ ଚୟନରେ ଚଞ୍ଚକତା କରିବା ପାଇଁ ଚାପ ପକାଉଥିଲେ ।

ଏ କଥା ସ୍ମିତାରାଣୀଙ୍କ ସ୍ଵାମୀ ଅନେକ ଥର କହିଛି । ପୋଲିସ ସେ ଦିଗରେ ତଦନ୍ତ କରୁ । ବିଜୁ ପକ୍କାଘର ଯୋଜନା କେଳେଙ୍କାରୀକୁ ଲୁଚାଇବା ପାଇଁ ତାଙ୍କୁ ହତ୍ୟା କରାଯାଇଛି । ଧର୍ମଶାଳା ବିଡ଼ିଓ କାହିଁକି ଏଯାଏଁ ମାମଲା ଦେଇନାହାନ୍ତି ବୋଲି ବିଜେପି ପକ୍ଷରୁ କୁହାଯାଇଛି ।

ବୁଧବାର ଏନେଇ ବିଜେପି ପ୍ରତିନିଧି ଦଳ ପକ୍ଷରୁ ଏକ ଟିମ ମୁଖ୍ୟ ଶାସନ ସଚିବଙ୍କ ହସ୍ତକ୍ଷେପ ଦାବି କରିଛି । ମୃତ ସ୍ମିତାରାଣୀଙ୍କୁ ନ୍ୟାୟ ଦାବି କରିଛି ଦଳ । ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ଏକ ଦଳ ଗୃହ ସଚିବଙ୍କୁ ଭେଟିଛନ୍ତି । ତୁରନ୍ତ ଏହି ଘଟଣାରେ ମୁଖ୍ୟ ଶାସନ ସଚିବ ହସ୍ତକ୍ଷେପ କରି ମୃତ ସ୍ମିତାରାଣୀଙ୍କୁ
ନ୍ୟାୟ ଦିଅନ୍ତୁ ବୋଲି ପ୍ରତିନିଧି ଦଳ ଦାବି କରିଛି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details