ଓଡିଶା

odisha

By

Published : Mar 9, 2022, 8:44 AM IST

ETV Bharat / city

ବହୁ ଯୋଜନା ରଖିଛୁ, ଥରେ ସୁଯୋଗ ଦିଅନ୍ତୁ: ବିଜେପି ମେୟର ପ୍ରାର୍ଥୀ

ଭୁବନେଶ୍ବରର ବିଜେପି ମେୟର ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛନ୍ତି ସୁନୀତି ମୁଣ୍ଡ । ରାଜଧାନୀର ବିକାଶ ପାଇଁ ଥର ସୁଯୋଗ ଦେବାକୁ ଲୋକଙ୍କୁ କହିଲେ ସୁନୀତି । ଅଧିକ ପଢନ୍ତୁ

ବହୁ ଯୋଜନା ରଖିଛୁ, ଥରେ ସୁଯୋଗ ଦିଅନ୍ତୁ: ବିଜେପି ମେୟର ପ୍ରାର୍ଥୀ
ବହୁ ଯୋଜନା ରଖିଛୁ, ଥରେ ସୁଯୋଗ ଦିଅନ୍ତୁ: ବିଜେପି ମେୟର ପ୍ରାର୍ଥୀ

ଭୁବନେଶ୍ବର:ଆଗାମୀ ପୌର ନିର୍ବାଚନରେ ବିଜେପି ଏବଂ କଂଗ୍ରେସର ମେୟର ଚେହେରା ନୂଆ ରହିଛି । ମାତ୍ର ବିଜୁ ଜନତା ଦଳର ପ୍ରାର୍ଥିନୀ ସୁଲୋଚନା ଦାସ ପୂର୍ବରୁ ରାଜନୀତିରେ ସକ୍ରିୟ ରହିଛନ୍ତି । ସୁନୀତି ମୁଣ୍ଡକୁ ଏଥର ଭୁବନେଶ୍ବର ମେୟର ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଯିଏ କି ଜଣେ ଲେଖିକା । ଆସନ୍ତା ପୌର ନିର୍ବାଚନରେ ଜିତିବେ ବୋଲି ସୁନୀତି ଆଶା ରଖିଛନ୍ତି ଏବଂ ଜନସମର୍ଥନ ମିଳୁଥିବାର ମଧ୍ୟ କହିଛନ୍ତି । ସେ ମେୟର ହେଲେ ଭୁବନେଶ୍ବର ବିକାଶ ପାଇଁ ଭେଣ୍ଡିଂ ଜୋନଠୁ ଆରମ୍ଭ କରି ବସ୍ତିବାସିନ୍ଦାଙ୍କ ଲାଗି ସ୍ଥାୟୀ ଘର ଏବଂ ଡ୍ରେନେଜ ବ୍ୟବସ୍ଥା ଯାଏଁ ନାନା ସମସ୍ୟାର ସମାଧାନ କରିବେ ।

ବହୁ ଯୋଜନା ରଖିଛୁ, ଥରେ ସୁଯୋଗ ଦିଅନ୍ତୁ: ବିଜେପି ମେୟର ପ୍ରାର୍ଥୀ

କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା ଏବଂ ଅମୃତ ଯୋଜନା ରାଜଧାନୀରେ କାର୍ଯ୍ୟକାରୀ କରିବା ଦିଗରେ ଅଗ୍ରାଧିକାର ଦେବେ । ତେଣୁ ତାଙ୍କୁ ଥରେ ସୁଯୋଗ ଦେବାକୁ ଲୋକଙ୍କୁ ନିବେଦନ କରିଛନ୍ତି ବିଜେପି ମେୟର ପ୍ରାର୍ଥୀ । ଏଥିସହ ସୁନୀତି ମୁଣ୍ଡ ବିଜେଡିର ଦୀର୍ଘ ବର୍ଷର ଶାସନ ଉପରେ ପ୍ରଶ୍ନ ଉଠାଇଛନ୍ତି । ଭୁବନେଶ୍ବର ସ୍ମାର୍ଟସିଟି ବୋଲାଉ ଥିବାବେଳେ ୨୨ ବର୍ଷ ହେଲା ବିକାଶର ନା ଗନ୍ଧ ନାହିଁ ବୋଲି ସେ ସମାଲୋଚନା କରିଛନ୍ତି ।

ଚଳିତ ଥର ବିଜେପିର ପୌର ନିର୍ବାଚନ ମଙ୍ଗ ଧରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ସାଂସଦ ସୁନୀତି ମୁଣ୍ଡଙ୍କୁ ମେୟର ପ୍ରାର୍ଥୀ ଭାବେ ବାଛିଛନ୍ତି । ଦଳୀୟ ନେତାମନ୍ତ୍ରୀ ମଧ୍ୟ ତାଙ୍କୁ ସମର୍ଥନ କରୁଛନ୍ତି । କିନ୍ତୁ ନାମାଙ୍କନ ପତ୍ର ଦାଖଲ ସମୟରେ ଜିଲ୍ଲା ସଭାପତି ବାବୁ ସିଂ ବ୍ୟତୀତ ଅନ୍ୟ କେଉଁ ବଡନେତାଙ୍କୁ ଦେଖିବାକୁ ମିଳିନଥିଲା । ତେଣୁ ମେୟର ପ୍ରାର୍ଥୀଙ୍କ ନେଇ ଦଳ ଆଉ କିଛି ଚାହୁଁଛି କି ବୋଲି ଚର୍ଚ୍ଚା ହେଉଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details