ଓଡିଶା

odisha

By

Published : Nov 11, 2019, 7:41 PM IST

ETV Bharat / city

ତାତିବ ବିଧାନସଭା ଶୀତ ଅଧିବେଶନ, ବର୍ଷିବ ବିଜେପି

ଆସନ୍ତା ନଭେମ୍ବର 13ରୁ ଆରମ୍ଭ ହେବ ବିଧାନସଭା ଶୀତ ଅଧିବେଶନ । ଏହି ଅଧିବେଶନରେ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିବ ବିଜେପି । ଏଥିପାଇଁ ଦଳ ପକ୍ଷରୁ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଆସନ୍ତା ନଭେମ୍ବର 13ରୁ ଆରମ୍ଭ ହେବ ବିଧାନସଭା ଶୀତ ଅଧିବେଶନ । ଏହି ଅଧିବେଶନରେ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିବ ବିଜେପି । ଏନେଇ ଦଳ ପକ୍ଷରୁ ବୈଠକ କରି ଆଲୋଚନା କରିଛନ୍ତି ଦଳର ବିଧାୟକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବୈଠକ ଶେଷ ପରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ନିଜ ପ୍ରତିକ୍ରୟା ଦେଇଛନ୍ତି । ଅଧିବେଶନରେ ସ୍ମିତାରାଣୀ ମୃତ୍ୟୁ, ନାରୀ ସୁରକ୍ଷା, PMAY ଦୁର୍ନୀତି ମୁଖ୍ୟ ପ୍ରସଙ୍ଗ ହେବା ସହ ଫନି ସହାୟତାରେ ହେରଫେର, ବୁଲବୁଲ କ୍ଷତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାଟମାରଣା ଓ ଅନ୍ୟାନ୍ୟ ପ୍ରସଙ୍ଗ ଉଠିବ । ଯାହାର ସମ୍ପୂର୍ଣ୍ଣ ବିବରଣୀ 13ରେ ନିଆଯିବ ।

ସୂଚନାନୁସାରେ, ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଟିଏନ ଶେଷନଙ୍କ ଶୋକସଭାରୁ ଆରମ୍ଭ ହୋଇଥିଲା ବିଜେପିର ଦଳୀୟ ବୈଠକ । ଏହି ବୈଠକରେ ଅନେକ ବିଧାୟକ ଉପସ୍ଥିତ ନଥିବାରୁ ପୂର୍ଣ୍ଣାଙ୍ଗ ବିଧାୟକ ଦଳ ବୈଠକ 13 ତାରିଖରେ ବସିବ । କେଉଁ କେଉଁ ପ୍ରସଙ୍ଗରେ ବିଧାନସଭାରେ ଆଲେଚନା ହେବ ସେ ନେଇ ସମ୍ପୂର୍ଣ୍ଣ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details