ଓଡିଶା

odisha

ETV Bharat / city

Joda Group Clash: ଯୋଡ଼ା ଗସ୍ତରେ ବିଜେପିର 5 ଜଣିଆ ଟିମ୍‌ - ଯୋଡ଼ା ଗସ୍ତରେ ବିଜେପି

କେନ୍ଦୁଝର ଜିଲ୍ଲାରେ ରାମନବମୀରେ ଗୋଷ୍ଠୀ ସଂଘର୍ଷ ଘଟଣା । ଦୋଷୀଙ୍କୁ ଛାଡ଼ି ପୋଲିସ ନିରୀହ ଲୋକଙ୍କୁ ବାନ୍ଧିଥିବା ଅଭିଯୋଗ ହୋଇଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ବିଜେପି କାର୍ଯ୍ୟାଳୟରୁ 5 ଜଣିଆ ପ୍ରତିନିଧି ଦଳ ଯୋଡ଼ା ଅଭିମୁଖେ ବାହାରିଛନ୍ତି । ଅଧିକ ପଢ଼ନ୍ତୁ

bjp leaders visit to joda
Joda Group Clash: ଯୋଡ଼ା ଗସ୍ତରେ ବିଜେପିର 5ଜଣିଆ ପ୍ରତିନିଧି ଦଳ

By

Published : Apr 17, 2022, 12:58 PM IST

Updated : Apr 17, 2022, 1:17 PM IST

ଭୁବନେଶ୍ବର: କେନ୍ଦୁଝର ଜିଲ୍ଲାରେ ରାମନବମୀରେ ଗୋଷ୍ଠୀ ସଂଘର୍ଷ ଘଟଣା । ଦୋଷୀଙ୍କୁ ଛାଡ଼ି ପୋଲିସ ନିରୀହ ଲୋକଙ୍କୁ ବାନ୍ଧିଥିବା ଅଭିଯୋଗ ହୋଇଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ବିଜେପି କାର୍ଯ୍ୟାଳୟରୁ 5 ଜଣିଆ ପ୍ରତିନିଧି ଦଳ ଯୋଡ଼ା ଅଭିମୁଖେ ବାହାରିଛନ୍ତି ।

Joda Group Clash: ଯୋଡ଼ା ଗସ୍ତରେ ବିଜେପିର 5 ଜଣିଆ ଟିମ୍‌

କେନ୍ଦୁଝର ଜିଲ୍ଲାରେ ରାମନବମୀ ଅବସରରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟଣାରେ ପୋଲିସ ଦୋଷୀଙ୍କୁ ଛାଡ଼ି ନିରୀହ ଲୋକଙ୍କୁ ବାନ୍ଧିଥିବା ଚର୍ଚ୍ଚା ଜୋର ଧରିଛି । ଯୋଡ଼ା ଅଞ୍ଚଳର ଲୋକଙ୍କୁ ଭେଟିବା ସହ ଘଟଣାର ସମୀକ୍ଷା କରବାକୁ ବିଜେପିର 5 ଜଣିଆ ପ୍ରତିନିଧି ଦଳ ଯୋଡ଼ା ଗସ୍ତରେ ବାହାରିଛନ୍ତି । ପ୍ରତିନିଧି ଦଳରେ ଅଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ବିଧାୟକ ନାଉରୀ ନାଏକ, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ ମୁଖପାତ୍ର ସୋନାଲି ସାହୁ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମୁରଲୀ ଶର୍ମା । ଘଟଣାର ତଦନ୍ତ ଓ ସମୀକ୍ଷା ହେବା ପରେ ରାଜ୍ୟ ସଭାପତିଙ୍କୁ ରିପୋର୍ଟ ଦିଆଯିବ ବୋଲି ବିରୋଧୀ ଦଳ ସଚେତକ ମୋହନ ମାଝୀ କହିଛନ୍ତି । ତେବେ ଗୋଷ୍ଠୀ ସଂଘର୍ଷରେ ଦୋଷୀମାନଙ୍କୁ ନ ଧରି ପୋଲିସ ନିରୀହ ଯୁବକମାନଙ୍କୁ ଗିରଫ କରିବା ଏକ ନିନ୍ଦନୀୟ ବୋଲି ବିଜେପି କହିଛି।

ସେହିପରି ବିଜେପି କର୍ମୀଙ୍କୁ ହତ୍ୟା ଘଟଣାରେ ମୃତ ସାଗର ପ୍ରଧାନଙ୍କ ପରିବାରକୁ ଭେଟିବେ ବିଜେପି ପ୍ରତିନିଧି ଦଳ । ବିଧାୟକ ସୁବାଷ ପାଣିଗ୍ରାହୀ, ଭବାନୀ ଭୋଇ ଏବଂ ଶଙ୍କର ଓରାମଙ୍କ ନେତୃତ୍ବରେ ବିଜେପିର ଏକ ପ୍ରତନିଧି ଦଳ ପାର୍ଟି ମୁଖ୍ୟାଳୟରୁ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଅଭିମୁଖେ ବାହାରିଛନ୍ତି । ଏହି ପ୍ରତିନିଧି ଦଳ ମୃତ ବିଜେପି କାର୍ଯ୍ୟକର୍ତ୍ତା ସାଗର ପ୍ରଧାନ ପରିବାରକୁ ଭେଟି ଆଶ୍ବାସନା ଦେବା ସହିତ ବାସ୍ତବିକ ସ୍ଥତି ପରଖିବେ ଏବଂ ରିପୋର୍ଟ ଦେବେ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Apr 17, 2022, 1:17 PM IST

ABOUT THE AUTHOR

...view details