ଭୁବନେଶ୍ବର:ପେଟ୍ରୋଲ ଓ ଡିଜେଲ ଉପରେ ଆଜି ରାଜ୍ୟ ସରକାର ଭାଟ କମାଇବା ପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ । କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ କମାଇବା ପରେ ରାଜ୍ୟ ସରକାର ବାଧ୍ୟ ବାଧକତାରେ ଭାଟ କମାଇଛନ୍ତି । କିନ୍ତୁ ଏଥରେ ମଧ୍ୟ କାର୍ପଣ୍ୟତା ଅବଲମ୍ବନ କରିଛନ୍ତି ରାଜ୍ୟ ସରକାର ।
ତୈଳ ଦରରେ ଭାଟ୍ ହ୍ରାସ କଲା ରାଜ୍ୟ, ବାଧ୍ୟବାଧକତାରେ କମାଇଛନ୍ତି କହିଲା ବିଜେପି - Petrol and diesel
ପେଟ୍ରୋଲ ଓ ଡିଜେଲ ଉପରେ ରାଜ୍ୟ ସରକାର ଭାଟ କମାଇବା ପରେ ପ୍ରତିକ୍ରିୟା ରଖିଲେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ । ଅଧିକ ପଢନ୍ତୁ...
ରାଜ୍ୟରେ କମିଲା ତୈଳ ଦର, ପ୍ରତିକ୍ରିୟା ରଖିଲେ ରାଜ୍ୟରେ କମିଲା ତୈଳ ଦର, ପ୍ରତିକ୍ରିୟା ରଖିଲେ ପୃଥ୍ବୀରାଜ ହରିଚନ୍ଦନପୃଥ୍ବୀରାଜ ହରିଚନ୍ଦନ
ପେଟ୍ରୋଲ, ଡିଜେଲ ଉପରୁ 3 ଟଙ୍କା ଭାଟ ଛାଡ କରିଛନ୍ତି । ହେଲେ ଆଉ 4 ଟଙ୍କା ଛାଡ଼ କରିବା ପାଇଁ ବିଜେପି ଦାବି କରୁଛି ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ । ପୂର୍ବରୁ ଭାଟ ଛାଡ ନକରି ବିଜେଡ଼ି ଯେଉଁ ଆନ୍ଦୋଳନ କରୁଥିଲା ତାହା କେଵଳ ଡ୍ରାମା ଥିଲା । ରାଜ୍ୟ ସରକାର ଭାଟ କମେଇଲେ ତେଲ ଦର ନିଶ୍ଚିତ ଭାବେ କମିବ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ , ଇଟିଭି ଭାରତ