ଓଡିଶା

odisha

ETV Bharat / city

‘OSSC ଚେୟାରମ୍ୟାନ ଓ ସଭ୍ୟଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ’ - ଆୟବହର୍ଭୁତ ସମ୍ଫତ୍ତି ଠୁଳ ମାମଲା

OSSC କେଳେଙ୍କାରୀରେ କେବଳ ପିଏସ୍ ନୁହେଁ ସମସ୍ତ କମିଶନ ସଦସ୍ୟ ସମ୍ପୃକ୍ତ । ଶୁକ୍ରବାର ଏନେଇ ସାମ୍ବାଦିକ ସମ୍ମୀଳନୀ କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ଅଧିକ ପଢନ୍ତୁ...

BJP Leader Bijoy Mahapatra pressmeet on OSSC corruption
'OSSC ଦୁର୍ନୀତିରେ କେବଳ ପିଏସ୍ ନୁହେଁ ସମସ୍ତ କମିଶନ ସଦସ୍ୟ ସମ୍ପୃକ୍ତ'

By

Published : Aug 6, 2021, 5:49 PM IST

ଭୁବନେଶ୍ବର:OSSC ରେ ହୋଇଥିବା କେଳେଙ୍କାରୀକୁ ନେଇ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ସାମ୍ବାଦିକ ସମ୍ମୀଳନୀ । କେବଳ ପିଏସ୍ ନୁହେଁ ସମସ୍ତ କମିଶନଙ୍କ ସଦସ୍ୟ ସମ୍ପୃକ୍ତ OSSC କେଳେଙ୍କାରୀରେ ସଂପୃକ୍ତ। ଓଡ଼ିଶାର ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତ ଅନ୍ଧାର ହୋଇଗଲା ବୋଲି କହିଛନ୍ତି ।

'OSSC ଦୁର୍ନୀତିରେ କେବଳ ପିଏସ୍ ନୁହେଁ ସମସ୍ତ କମିଶନ ସଦସ୍ୟ ସମ୍ପୃକ୍ତ'

ରାଜ୍ୟରେ ନିଯୁକ୍ତି କମିସନ ୧୯୯୩ ମସିହାରେ ଗଠନ ହୋଇଥିଲା । ରାଜ୍ୟରେ ବିଭିନ୍ନ ସରକାରୀ ଚାକିରୀରେ ନିଯୁକ୍ତି ପାଇଁ ଏହି କମିସନ ଗଠନ କରାଯାଇଥିଲା । ଦୀର୍ଘ ଦିନରେ OSSCରେ କେଳେଙ୍କରୀ ଚାଲି ଆସୁଥିଲା ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । OSSC ଚେୟାରମ୍ୟାନ ଓ ସମସ୍ତ ସଭ୍ୟଙ୍କୁ ତୁରନ୍ତ ତଦନ୍ତ ପରିସରଭୁକ୍ତ କରାଯାଉ, ନ ହେଲେ ସେମାନେ ଯେତେ ଅଧିକ ଦିନ ସେ ଅଫିସରେ ରହିବେ ତଥ୍ୟ ପ୍ରମାଣ ନଷ୍ଟ କରିଚାଲିବେ ।

କିପରି ସ୍ବଚ୍ଛ ଓ ଅବାଧ ପ୍ରକ୍ରିୟାରେ ନିଯୁକ୍ତି ମିଳିବ ତାହାର ଏକ ସ୍ଥାୟୀ ପ୍ରତିକାର କରାଯାଉ । ମୁଖ୍ୟମନ୍ତ୍ରୀ ଜୀବିକାକୁ ନିଲାମ ନ କରନ୍ତୁ, ଷ୍ଟାଫ ସିଲେକ୍ସନ କମିଶନରେ ଜୀବିକାକୁ ନିଲାମ କରାଯାଉଛି । 10 ବର୍ଷ ହେବ କମିଶନରେ ଏପରି କେଳେଙ୍କାରୀ ଚାଲିଥିଲା । ଭିଜିଲାନ୍ସ ଏକ ପବ୍ଲିକ ନୋଟିସ ଜାରି କରନ୍ତୁ, ଯେଉଁମାନେ ଏଥିରେ ଶିକାର ହୋଇଛନ୍ତି ତାଙ୍କ ଅଭିଯୋଗ ଗ୍ରହଣ କରଯାଉ। ଭିଜିଲାନ୍ସ ଯେଉଁ ତଦନ୍ତ ଆରମ୍ଭ କରିଛି ତାକୁ ଅଧପନ୍ତରିଆ ନ କରି ନିର୍ଣ୍ଣାୟକ ମୋଡ଼କୁ ଆଣୁ ବୋଲି ବିଜୟ ମହାପାତ୍ର କହିଛନ୍ତି।

ସୂଚନାଥାଉକି ଆୟବହର୍ଭୁତ ସମ୍ପତ୍ତି ଠୁଳ ମାମଲାରେ OSSC କାର୍ଯ୍ୟାଳୟର ପ୍ରାଇଭେଟ ସେକ୍ରେଟାରୀ ବିରଞ୍ଚି ସାହୁଙ୍କ ଘରେ ଚଢାଉ କରିଥିଲା ଭିଜିଲାନ୍ସ । ଏହାପରେ ଭିଜିଲାନ୍ସ ହାତରେ ଧରାପଡିଥିଲା କୋଟି କୋଟିର ସମ୍ପତ୍ତି । ଏହାପରେ OSSC ରେ କେଳେଙ୍କାରୀ ହୋଇଥିବା କଥା ସାମନାକୁ ଆସିଥିଲା । ଏହା ପରେ ପୋଲିସ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ବିରଞ୍ଚି ସାହୁଙ୍କୁ ଗିରଫ କରି ତଦନ୍ତ ଚଳାଇଥିବାବେଳେ ବିରଞ୍ଚିଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ,ଇଟିଭି ଭାରତ

ABOUT THE AUTHOR

...view details