ଓଡିଶା

odisha

ETV Bharat / city

ବିଜେପୁର ଲଢେଇ ପୂର୍ବରୁ ବିଜେପି ଛାଡିଲେ ଅଶୋକ ପାଣିଗ୍ରାହୀ - ବିଜେପି ନେତା ଅଶୋକ ପାଣିଗ୍ରାହୀ

ଆସିଥିଲେ ଉପ-ନିର୍ବାଚନ ପୂର୍ବରୁ ଗଲେ ମଧ୍ୟ ଉପ-ନିର୍ବାଚନ ପୂର୍ବରୁ । ବିଜେପୁର ଉପ-ନିର୍ବାଚନ ପୂର୍ବରୁ ବିଜେପିରୁ ଇସ୍ତଫା ଦେଲେ ଅଶୋକ ପାଣିଗ୍ରାହୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Oct 12, 2019, 4:29 PM IST

Updated : Oct 12, 2019, 9:26 PM IST

ଭୁବନେଶ୍ବର: ଯାହା ଆକଳନ କରାଯାଉଥିଲା ଶେଷରେ ତାହା ହୋଇଛି । ବିଜେପୁର ଉପ-ନିର୍ବାଚନର ଠିକ ଅବ୍ୟବହିତ ପୂର୍ବରୁ ବିଜେପିକୁ ଜବରଦସ୍ତ ଝଟକା ଦେଇଛନ୍ତି ଅଶୋକ ପାଣିଗ୍ରାହୀ । ଆଜି ଦଳୀୟ ଅବହେଳା ଅଭିଯୋଗ ଆଣି ବିଜେପିରୁ ଇସ୍ତଫା ଦେଇଛନ୍ତି ଅଶୋକ ପାଣିଗ୍ରାହୀ । ଗତ କିଛିଦିନ ହେବ ଅଶୋକ ଗଣମାଧ୍ୟମରେ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ । ସେହିଦିନ ଠାରୁ ରାଜ୍ୟରେ ଚର୍ଚ୍ଚା ଚାଲିଥିଲା ଦଳ ଛାଡିବେ ଅଶୋକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଶେଷରେ ଆଜି ନିଜ ସମର୍ଥକଙ୍କ ସହ ଆଲୋଚନା କରି ଦଳୀୟ ଅବହେଳାର ଅଭିଯୋଗ ଦର୍ଶାଇ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଅଶୋକ ନିଜ ଇସ୍ତଫାରେ ଦର୍ଶାଇଛନ୍ତି ଦଳ ତାଙ୍କୁ କୌଣସି ସାଂଗଠନିକ ଦାୟିତ୍ବ ଦେଲା ନାହିଁ । ପ୍ରାର୍ଥୀ ସଂପର୍କରେ ଆଲୋଚନା କଲେ ନାହିଁ । ଏପରିକି ଦଳ ଉପ-ନିର୍ବାଚନ ପାଇଁ ଜାରି କରିଥିବା ଷ୍ଟାର ପ୍ରଚାରକ ତାଳିକାରେ ମଧ୍ୟ ସାମିଲ କଲା ନାହିଁ । ‘ମୋତେ କୌଣସି ପ୍ରକାରରେ ବିଶ୍ବାସକୁ ନେଲେ ନାହିଁ । ଏଥିଯୋଗୁଁ ମୋ ସମର୍ଥକଙ୍କ ସହ ଆଲୋଚନା କରି ଦଳରୁ ଇସ୍ତଫା ଦେଇଛି । ତେବେ ବିଜେଡିକୁ ଯିବାର କୌଣସି ପ୍ରଶ୍ନ ଉଠୁନାହିଁ ।’ ତେବେ ବିଶ୍ବସ୍ଥ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଅଶୋକ ଖୁବଶୀଘ୍ର ବିଜେଡିରେ ଯୋଗଦେବା ନେଇ ଚର୍ଚ୍ଚା ଜୋର ଧରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର


ସୂଚନାଯୋଗ୍ୟଯେ ବିଜେଡି ଟିକେଟରୁ ବିଧାନସଭାକୁ ଆସିଥିବା ଅଶୋକ ପରବର୍ତ୍ତୀ ସମୟରେ ଗତ 2018 ଉପ-ନିର୍ବାଚନରେ ବିଜେଡି ଛାଡି ବିଜେପିରେ ଯୋଗଦେଇ ପ୍ରାର୍ଥୀ ହୋଇଥିଲେ । ସଂଯୋଗର କଥା ହେଉଛି 2018 ଉପ-ନିର୍ବାଚନ ପୂର୍ବରୁ ଅଶୋକ ବିଜେପିରେ ସାମିଲ ହୋଇଥିଲେ, ଆଉ ଏବେ 2019 ଉପ-ନିର୍ବାଚନ ପୂର୍ବରୁ ସେହି ବିଜେପିକୁ ବାଏବାଏ କରିଛନ୍ତି ।

ଭୁବନେଶ୍ବରରୁ, ଜ୍ଞାନଦର୍ଶୀ ସାହୁଙ୍କ ସହ ବିକାଶ ଦାସ, ଇଟିଭି ଭାରତ

Last Updated : Oct 12, 2019, 9:26 PM IST

ABOUT THE AUTHOR

...view details