ଓଡିଶା

odisha

ETV Bharat / city

‘ଆଚରଣ ବିଧିର ଖୁଲମଖୁଲା ଉଲ୍ଲଙ୍ଘନ କରୁଛି ବିଜେପି’

ରାଜରାସ୍ତା କଡ଼ରେ କେନ୍ଦ୍ରୀୟ ଯୋଜନାର ପୋଷ୍ଟରକୁ ନେଇ ଆପତ୍ତି ଉଠାଇଲା ବିଜେଡି । ସିଇସିଙ୍କ ନିକଟରେ କଲା ଅଭିଯୋଗ ।

By

Published : Mar 23, 2019, 6:07 PM IST

ଫଟୋ ସୌଜନ୍ୟ: ବ୍ୟୁରୋଚିଫ୍, ଭୁବନେଶ୍ବର

ଭୁବନେଶ୍ବର: ପୁଣି ଥରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିରପେକ୍ଷତା ନେଇ ପ୍ରଶ୍ନ ଉଠାଇଛି ବିଜେଡି । ‘ଆଦର୍ଶ ଆଚରଣ ବିଧି ସବୁ ଦଳ ପାଇଁ ଗୋଟିଏ ଏବଂ ବିଜେପି ପାଇଁ ବୋଧହୁଏ ଅଲଗା । ଯେଉଁଥିପାଇଁ ବିଜେପିର ଆଚରଣ ବିଧି ଉଲ୍ଲଙ୍ଘନ ନେଇ ନିର୍ବାଚନ କମିଶନଙ୍କ ନିକଟରେ ଯେତେ ଅଭିଯୋଗ କଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ହେଉନି।’ ଏଭଳି ଅଭିଯୋଗ କରିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ।

ଭିଡିଓ ସୌଜନ୍ୟ: ବ୍ୟୁରୋଚିଫ୍, ଭୁବନେଶ୍ବର

ନିର୍ବାଚନ ପ୍ରଚାର ସମୟରେ ବିଜେପି ଦ୍ବାରା ଆଚରଣ ବିଧି ଉଲ୍ଲଙ୍ଘନର ତିନୋଟି ଅଭିଯୋଗ ଆଣିଛି ବିଜେଡି । ବିଜେପିର କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ନିଜ ନିର୍ବାଚନ ମଣ୍ଡଳୀରେ ଭିଡିଓ ୱାଲ ଥିବା ଗାଡି଼ ବୁଲାଉଛନ୍ତି । ତେବେ ଏଥିପାଇଁ ସେ ନିର୍ବାଚନ କମିଶନଙ୍କ ଅନୁମତି ନେଇନଥିବା ସସ୍ମିତ ପାତ୍ର ଅଭିଯୋଗ କରିଛନ୍ତି । ଏହା ଆଦର୍ଶ ଆଚରଣ ବିଧିର ଉଲ୍ଲଙ୍ଘନ ହୋଇଥିବାବେଳେ ନିର୍ବାଚନ କମିଶନ କାହିଁକି କାର୍ଯ୍ୟାନୁଷ୍ଠାନ ନେଉନାହାଁନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେହିଭଳି ଭୁବନେଶ୍ବର-ପୁରୀ ଜାତୀୟ ରାଜପଥର ତିନୋଟି ସ୍ଥାନରେ ଉଜ୍ଜ୍ବଳା ଯୋଜନା ସଂପର୍କିତ ହୋର୍ଡିଂ ଏବେ ବି ଲାଗିଛି । କିନ୍ତୁ ବାରମ୍ବାର ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଗଲା ପରେ ବି କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ଅଭିଯୋଗ କରିଛନ୍ତି ସସ୍ମିତ ପାତ୍ର । ଏ ସମ୍ପର୍କରେ ପୁଣି ଥରେ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details