ଓଡିଶା

odisha

ETV Bharat / city

ଏଫଆଇଆର ଡ୍ରାମା କରୁଛି ବିଜେପି: ଇପ୍ସିତା

"ସ୍ଥିତି ଜାହିର ପାଇଁ ଓଡ଼ିଶା ବିଜେପି ଏବେ ସ୍ପର୍ଶକାତର ମାମଲାରେ ନିମ୍ନମାନର ରାଜନୀତି କରୁଛି । ପୀଡ଼ିତା କିମ୍ବା ତାଙ୍କ ପରିବାର କିଭଳି ନ୍ୟାୟ ପାଇବେ ସେ ଦିଗରେ ଚିନ୍ତା କରୁନାହିଁ ବିଜେପି । ବଦଳରେ ହଜାର ହଜାର ଛାତ୍ରଛାତ୍ରୀଙ୍କୁ ବଦନାମ ପାଇଁ ଅପଚେଷ୍ଟା ଚଳାଇଛି ।" ଏହା କହିଛନ୍ତି ବିଜେଡି ମୁଖପାତ୍ର ସୁଶ୍ରୀ ଇପ୍ସିତା ସାହୁ । ଅଧିକ ପଢ଼ନ୍ତୁ...

ଏଫ୍‍ଆଇର ଡ୍ରାମା କରୁଛି ବିଜେପି: ଇପ୍ସିତା
ଏଫ୍‍ଆଇର ଡ୍ରାମା କରୁଛି ବିଜେପି: ଇପ୍ସିତା

By

Published : Oct 22, 2021, 7:07 PM IST

ଭୁବନେଶ୍ବର: "ସ୍ଥିତି ଜାହିର ପାଇଁ ଓଡ଼ିଶା ବିଜେପି ଏବେ ସ୍ପର୍ଶକାତର ମାମଲାରେ ନିମ୍ନମାନର ରାଜନୀତି କରୁଛି । ପୀଡ଼ିତା କିମ୍ବା ତାଙ୍କ ପରିବାର କିଭଳି ନ୍ୟାୟ ପାଇବେ ସେ ଦିଗରେ ଚିନ୍ତା କରୁନାହିଁ ବିଜେପି । ବଦଳରେ ହଜାର ହଜାର ଛାତ୍ରଛାତ୍ରୀଙ୍କୁ ବଦନାମ ପାଇଁ ଅପଚେଷ୍ଟା ଚଳାଇଛି ।" ଏହା କହିଛନ୍ତି ବିଜେଡି ମୁଖପାତ୍ର ସୁଶ୍ରୀ ଇପ୍ସିତା ସାହୁ । ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ପ୍ରବକ୍ତା ଇପ୍ସିତା ସାହୁ କହିଛନ୍ତି ଯେ, ମମିତା ମେହେର ମୃତ୍ୟୁ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ଆଉ କିଛି ବ୍ୟକ୍ତି ଗିରଫ ହୋଇଛନ୍ତି ।

ଏଫ୍‍ଆଇର ଡ୍ରାମା କରୁଛି ବିଜେପି: ଇପ୍ସିତା

ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦେବାପାଇଁ ପୋଲିସ୍‍ ଏହାର ତଦନ୍ତ ଜାରି ରଖିଛି । ରାଜ୍ୟ ବିଜେପି ଏବେ ଏହି ସ୍ପର୍ଶକାତର ମାମଲାକୁ ଢାଲ କରି ହଜାର ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳିବାରେ ଲାଗିଛି । ଏହାକୁ ଛାତ୍ରଛାତ୍ରୀ କିମ୍ବା ସେମାନଙ୍କ ଅଭିଭାବକମାନେ ଗ୍ରହଣ କରିପାରୁ ନାହାନ୍ତି । ଏଭଳି ହୀନ ରାଜନୀତିର ଜବାବ ବିଜେଡି ଠିକଣା ସମୟରେ ଦେବ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ।

ବିଜେଡି ମୁଖପାତ୍ର କହିଛନ୍ତି ଯେ "ଏହି ଘଟଣାରେ ପୀଡିତା ପରିବାରକୁ ଉଚିତ୍‍ ନ୍ୟାୟ ମିଳିବ । ରାଜ୍ୟ ପୋଲିସ୍‍ ଓ ନ୍ୟାୟ ବ୍ୟବସ୍ଥା ଉପରେ ଆସ୍ଥା ପ୍ରକଟ କରିବା କଥା । ଏହା ପରିବର୍ତ୍ତେ ରାଜ୍ୟ ବିଜେପି ନେତାମାନେ ଗଣମାଧ୍ୟମରେ ନିଜର ମୁହଁ ଦେଖାଇବା ପାଇଁ ଆଜି ରାଜଧାନୀରେ ଯେଭଳି ଏଫ୍‍ଆଇର ଡ୍ରାମା କରିଛନ୍ତି । ତାହା ଅତ୍ୟନ୍ତ ହାସ୍ୟାସ୍ପଦ ।"

ବିଜେପିର ଏଭଳି ହୀନ ରାଜନୀତି ପ୍ରତି ଓଡିଶାବାସୀ ବେଶ୍‍ ଭଲଭାବେ ଅବଗତ ଅଛନ୍ତି । ଏଥିପାଇଁ ଅତୀତରେ ବିଜେପିକୁ ବହୁମୂଲ୍ୟ ଦେବାକୁ ପଡ଼ିଛି । ଏହି ଅଭ୍ୟାସରେ ପରିବର୍ତ୍ତନ ନକଲେ ଆଗାମୀ ଦିନରେ ରାଜ୍ୟବାସୀ ବିଜେପିକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖାନ କରିବେ ବୋଲି ଇପ୍ସିତା ଚେତାବନୀ ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details