ଭୁବନେଶ୍ବର: ରାଜଧାନୀରେ ପହଞ୍ଚିଲେ ବିଜେପି ପ୍ରଭାରୀ ଡି ପୁରନ୍ଦେଶ୍ବରୀ । ରାଜ୍ୟ ବିଜେପି ପ୍ରଭାରୀ ଭାବେ ଦାୟିତ୍ବ ନେବା ପରେ ଏହା ତାଙ୍କର 2ୟ ଗସ୍ତ । ବିମାନ ବନ୍ଦରରେ ପହଞ୍ଚିବା ପରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ରାଜ୍ୟରେ ଦଳର ସ୍ଥିତି ସୁଦୃଢ କରିବା ପାଇଁ ରାଜ୍ୟ ନେତା ମାନଙ୍କ ସହ ଆଲୋଚନା କରିବା ସହ ଜିଲ୍ଲା ସ୍ତରକୁ ଯିବେ।
ସେହିପରି କେନ୍ଦ୍ରାପଡା ଜିଲ୍ଲା ମାହାଙ୍ଗାରେ ବିଜେପି ନେତାଙ୍କ ହତ୍ୟା ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସ୍ଥିତିକୁ ଦର୍ଶାଉଥିବା କଥା ସେ ଅଭିଯୋଗ କରିଛନ୍ତି । ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପାକ ଦୁର୍ନୀତି ଚାଲିଥିବା କଥା ମଧ୍ୟ ସେ ଅଭିଯୋଗ କରିଛନ୍ତି ।