ଓଡିଶା

odisha

ETV Bharat / city

ବିପର୍ଯ୍ୟସ୍ତ ଆଇନ ବ୍ୟବସ୍ଥା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି - ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି

ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ । ଗତ ତିନି ମାସ ଭିତରେ ଘଟିଥିବା ମାଲକାନଗିରି ଓ ସୁନ୍ଦରଗଡ ବୀରମିତ୍ରପୁର ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ଅଧିକ ପଢନ୍ତୁ...

BJP has lashed out at the state government over lawlessness
ବିପର୍ଯ୍ୟସ୍ତ ଆଇନ ବ୍ୟବସ୍ଥା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି

By

Published : Jul 3, 2020, 1:23 PM IST

Updated : Jul 3, 2020, 1:39 PM IST

ଭୁବନେଶ୍ବର: ମାଲକାନଗିରି ପୋଲିସ କ୍ୟାଣ୍ଟିନରେ ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ଏବଂ ବୀରମିତ୍ରପୁର ଆଦିବାସୀ ନାବାଳିକା ଦୁଷ୍କର୍ମ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ । ଗତ ତିନି ମାସ ଭିତରେ ଘଟିଥିବା ଏହି 2ଟି ଘଟଣା ଏହା ପ୍ରମାଣିତ କରୁଛି ।

ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ଏଠି ରକ୍ଷକ ଖୋଦ୍ ଭକ୍ଷକ ସାଜିଛି । ବୀରମିତ୍ରପୁରରେ 13 ବର୍ଷର ନାବାଳିକାଙ୍କୁ ଏକାଧିକବାର ଦୁଷ୍କର୍ମ କରିବା ସହ ଗର୍ଭପାତ କରାଇବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ରାଜ୍ୟରେ ଗୃହ ବିଭାଗ ସମ୍ପୂର୍ଣ୍ଣ ଭୁଶୁଡି ପଡିଥିବାବେଳେ ସେମାନେ ନିଜ ଦାୟିତ୍ବ ନେବାକୁ ଚାହୁନାହିଁ । ସେହିପରି ପୋଲିସ ମଧ୍ୟ ଅନୁଶାସନ ମଧ୍ୟରେ ରହିବାକୁ ଚାହୁଁନାହାନ୍ତି । ଯେଉଁକାରଣରୁ ବୀରମିତ୍ରପୁର ଥାନାରେ ସିସିଟିଭି ଲାଗିଥିବା ପରେ ମଧ୍ୟ ଘଟଣା ସମ୍ପର୍କରେ କେହି କିଛି ଜାଣିପାରିଲେ ନାହିଁ । ଘଟଣାକୁ ନେଇ ଆମର ଏକ ପ୍ରତିନିଧି ଦଳ ମଧ୍ୟ ବୀରମିତ୍ରପୁର ଥାନାକୁ ଯାଇଥିଲେ ପରେ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏବେ ଅଭିଯୁକ୍ତ ତଥା ପୂର୍ବତନ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ମାଝୀ ଗିରଫ ହୋଇଛନ୍ତି । ପରେ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ପୋଲିସ ଡିଜି ପୀଡିତାଙ୍କୁ କ୍ଷମା ମାଗିଥିଲେ । ହେଲେ ଡିଜିଙ୍କ କାମ କ୍ଷମା ମାଗିବା ନୁହେଁ ବରଂ ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ।

ବିପର୍ଯ୍ୟସ୍ତ ଆଇନ ବ୍ୟବସ୍ଥା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି

ସେ ଆହୁରି ମଧ୍ୟ କହିଛନ୍ତି, ବୀରମିତ୍ରପୁର ଘଟଣାରେ ଜଣେ ପୋଲିସ ନୁହେଁ ଅନେକ ଲୋକ ସାମିଲ ଅଛନ୍ତି । ଏହି ଘଟଣାକୁ ଚାପି ଦେବାକୁ ପୋଲିସ ପ୍ରଥମେ ଉଦ୍ୟମ କରିଥିଲା । ହେଲେ ଗଣମାଧ୍ୟମ ଏବଂ ବିଜେପି ପାଇଁ ଏହି ଘଟଣା ପଦାକୁ ଆସିଲା । ପୋଲିସ ସହିତ ବାହାରର 4 ଜଣ ଏଥିରେ ସାମିଲ ଅଛନ୍ତି । କିନ୍ତୁ ଏଯାବତ ସେମାନଙ୍କୁ ଗିରଫ କରାଯାଇନାହିଁ । ଏପରିକି ଘଟଣାର ଯାଞ୍ଚ ପ୍ରକ୍ରିୟାରେ ଥାନାରେ ଲାଗିଥିବା ସିସିଟିଭିରୁ କରାଯାଉ । ଜୁଲାଇ 23 ସୁଦ୍ଧା ପୋଲିସ ଏ ମାମଲାର ଚାର୍ଜସିଟ ଦାଖଲ କରନ୍ତୁ । ଏଥିସହ ପୀଡ଼ିତାଙ୍କୁ ତୁରନ୍ତ ଆର୍ଥିକ ସହାୟତା 8 ଲକ୍ଷ ଟଙ୍କା ପ୍ରଦାନ କରାଯାଉ ଏବଂ ଦୋଷୀକୁ ଫାଶୀ ଦଣ୍ଡ ଦିଆଯିବାକୁ ବ୍ୟବସ୍ଥା କରାଯାଉ । କେବଳ ସେତିକି ନୁହେଁ ପୀଡିତା କେମିତି ସୁରକ୍ଷିତ ରହିବେ ସେଥିପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ବ୍ୟବସ୍ଥା କରନ୍ତୁ ବୋଲି ଦାବି କରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Jul 3, 2020, 1:39 PM IST

ABOUT THE AUTHOR

...view details