ଓଡିଶା

odisha

ETV Bharat / city

‘ରାଷ୍ଟ୍ର ନିର୍ମାଣ ବିଜେପିର ମୁଖ୍ୟ ଲକ୍ଷ୍ୟ’ - ରାଷ୍ଟ୍ର ନିର୍ମାଣ

ବିଜେପି ସଂଗଠନ ପର୍ବରେ ବୁଦ୍ଧିଜୀବୀମାନଙ୍କୁ ସମ୍ବୋଧିତ କଲେ ଶିବରାଜ ସିଂହ ଚୌହାନ । ସରକାର ବନେଇବା ନୁହେଁ ରାଷ୍ଟ୍ର ନିର୍ମାଣ ବିଜେପିର ଲକ୍ଷ୍ୟ ବୋଲି କହିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Aug 11, 2019, 5:35 AM IST

ଭୁବନେଶ୍ବର: ସଦସ୍ୟତା ସଂଗ୍ରହ ଅଭିଯାନ ଅବସରରେ ବୁଦ୍ଧିଜୀବୀମାନଙ୍କୁ ସମ୍ବୋଧିତ କରିଛନ୍ତି ଶିବରାଜ ସିଂହ ଚୌହାନ । ଦଳରେ ଶତାଧିକ ବୁଦ୍ଧିଜୀବୀଙ୍କୁ ସାମିଲ ମଧ୍ୟ କରିଛନ୍ତି ଚୌହାନ । ଏହି କାର୍ଯ୍ୟକ୍ରମରେ ରାଜ୍ୟରେ ଜନ ସଂଘ ସମୟରେ ଦଳର ସଙ୍ଗଠନକୁ ମଜଭୁତ କରିବାରେ ଉଲ୍ଲେଖନୀୟ ଅବଦାନ ପାଇଁ 12ଜଣ ବରିଷ୍ଠ ନେତାଙ୍କୁ ସମ୍ବର୍ଦ୍ଧିତ ମଧ୍ୟ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଶନିବାର ଭୁବନେଶ୍ବରେ ବିଜେପି ରାଷ୍ଟ୍ରୀୟ ସଦସ୍ୟତା ସଂଗ୍ରହ ଅଭିଯାନର ଆବାହକ ତଥା ବିଜେପି ରାଷ୍ଟ୍ରୀୟ ଉପସଭାପତି ଶିବରାଜ ସିଂ ଚୌହାନ ବୁଦ୍ଧିଜୀବୀମାନଙ୍କୁ ସମ୍ବୋଧନ କରିବା ଅବସରରେ ବିଜେପିର ଲକ୍ଷ୍ୟ ରାଷ୍ଟ୍ର ନିର୍ମାଣ କରିବା ବୋଲି କହିଥିଲେ । ସାରା ରାଜ୍ୟରେ ବିଜେପି ସଦସ୍ୟତା ସଂଗ୍ରହ ଆରମ୍ଭ ହୋଇଛି । ଏହି ଅଭିଯାନରେ ଶତାଧିକ ବୁଦ୍ଧିଜୀବୀଙ୍କୁ ସାମିଲ କରାଯାଇଛି ।

ବିଜେପି ରାଷ୍ଟ୍ରର ହିତ ଚାହେଁ । ସେଥିପାଇଁ କାଶ୍ମୀରରେ ଧାରା 370କୁ ଉଚ୍ଛେଦ କରି ଭାରତୀୟ ଏକତାର ପ୍ରମାଣ ଦେଲା । ଯାହା କାଶ୍ମୀରବାସୀଙ୍କୁ ସ୍ଵାଧୀନତା ଦେଇଛି । ଚୌହାନ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ କଟାକ୍ଷ କରିଥିଲେ । ଦେଶରେ କଂଗ୍ରେସ ସମୟର କଥା କହିବାକୁ ମଧ୍ୟ ସେ ଭୁଲି ନଥିଲେ ।

ତେବେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ସୂଚନା ଅନୁସାରେ ବିଜେପି ରାଜ୍ୟରେ ଗତ ବର୍ଷ 34ଲକ୍ଷ ସଦସ୍ୟ ସଂଗ୍ରହ କରିଥିଲା । ଏ ବର୍ଷ 50 ଲକ୍ଷ ସଦସ୍ୟ ସଂଗ୍ରହ କରାଯିବ । ସମୟ ସୀମାକୁ ଅଗଷ୍ଟ 20ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ସଦସ୍ୟତା ସଂଗ୍ରହ ବିଜେପିର ମୁଖ୍ୟ ଧର୍ମ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details