ଓଡିଶା

odisha

ETV Bharat / city

ସ୍ୱାସ୍ଥ୍ୟ ସଚିବଙ୍କ କ୍ଷମା ପ୍ରାର୍ଥନା ଦାବି କଲା ବିଜେପି - ସ୍ୱାସ୍ଥ୍ୟ ସଚିବଙ୍କ କ୍ଷମା ପ୍ରାର୍ଥନା ଦାବି କଲା ବିଜେପି

କୋରୋନା ଟିକା ପ୍ରଦାନରେ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଯେଉଁ ପାତରଅନ୍ତର କଥା କହିଛନ୍ତି ଏଥିପାଇଁ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର । ଅଧିକ ପଢନ୍ତୁ...

ସ୍ୱାସ୍ଥ୍ୟ ସଚିବଙ୍କ କ୍ଷମା ପ୍ରାର୍ଥନା ଦାବି କଲା ବିଜେପି
ସ୍ୱାସ୍ଥ୍ୟ ସଚିବଙ୍କ କ୍ଷମା ପ୍ରାର୍ଥନା ଦାବି କଲା ବିଜେପି

By

Published : Mar 27, 2021, 10:38 PM IST

ଭୁବନେଶ୍ବର: କୋଭିଡ ଟୀକାକରଣକୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ । ଗତ 26 ତାରିଖରେ ରାଜ୍ୟ ସ୍ୱାସ୍ଥ୍ୟ ସଚିବ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଥିଲେ । ଏହି ଚିଠି ଓଡିଶାବାସୀଙ୍କ ହିତ ପାଇଁ ନଥିଲା । ଏହା ଲୋକଙ୍କୁ ଡରାଇବା ପାଇଁ ଥିଲା । ଆଜି ମଧ୍ୟ ଏକ ଚିଠି ଆମ ହାତରେ ଲାଗିଛି । ଏହି ଚିଠି ଦେଖିଲେ ଏହାକୁ ସ୍ୱାସ୍ଥ୍ୟ ସଚିବଙ୍କ ପରିବର୍ତ୍ତେ କୌଣସି ରାଜନୈତିକ ଦଳର ସାଧାରଣ ସମ୍ପାଦକ ଚିଠି ଭଳି ଲାଗୁଛି ବୋଲି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି ।

ସ୍ୱାସ୍ଥ୍ୟ ସଚିବଙ୍କ କ୍ଷମା ପ୍ରାର୍ଥନା ଦାବି କଲା ବିଜେପି

ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ରାଜ୍ୟକୁ ସହାୟତାର ହାତ ବଢ଼ାଇଛନ୍ତି । ମାତ୍ର ଏମିତି ଚିଠି ଲେଖି ତାଙ୍କ ଲୋକପ୍ରିୟତା ହ୍ରାସ କରିବାକୁ ପ୍ରୟାସ କରାଯାଉଛି । ରାଜ୍ୟରେ ଦୈନିକ 70, 000 ଟିକା ଦିଆଯାଉଛି । ଏବେ ବି ରାଜ୍ୟରେ 11 ଲକ୍ଷରୁ ଉର୍ଦ୍ଧ୍ବ ଡୋଜ ଟିକା ରହିଛି ।

ସ୍ୱାସ୍ଥ୍ୟ ସଚିବଙ୍କ କ୍ଷମା ପ୍ରାର୍ଥନା ଦାବି କଲା ବିଜେପି

ରାଜ୍ୟର ସ୍ୱାସ୍ଥ୍ୟ ସଚିବ ଯେଉଁ ପାତରଅନ୍ତର କଥା କହିଛନ୍ତି, ତାହା ସମ୍ପୂର୍ଣ୍ଣ ଭାବେ ଭୁଲ୍ । ତାହା କହିବା ପରିବର୍ତ୍ତେ ରାଜ୍ୟର ମେଡିକାଲ ସେବା ଉନ୍ନତିକରଣ କରାଯିବା ଦରକାର । ସେ ଯେଉଁ କେନ୍ଦ୍ର ସରକାର ଉପରେ ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ଏଥିପାଇଁ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details