ଭୁବନେଶ୍ବର: ସାଧାରଣ ନିର୍ବାଚନ ଜନାଦେଶରେ ସମଗ୍ର ଦେଶ ଏକ ପ୍ରକାର ଗେରିଆ ରଙ୍ଗରେ ରଙ୍ଗୀନ ହୋଇଛି । ଏପଟେ ସାରା ରାଜ୍ୟରେ ବିଜେଡିର ବିଜୟ ଧାରା ଥିବା ବେଳେ ଆଶାତୀତ ଭାବେ ଭୁବନେଶ୍ବର ଲୋକସଭା ଆସନରୁ ବିଜୟୀ ହୋଇଛନ୍ତି ବିଜେପି ପ୍ରାର୍ଥୀନି ଅପରାଜିତା ଷଡଙ୍ଗୀ । ନିଜର ଐତିହାସିକ ବିଜୟକୁ ନେଇ ଖୁବ ଆନନ୍ଦିତ ଅଛନ୍ତି ଅପରାଜିତା । ଏହା ସହ ଆଶ୍ଚର୍ଯ୍ୟ ମଧ୍ୟ ହୋଇଛନ୍ତି ସେ । ନିଜ ବିଜୟ ପାଇଁ ଭୁବନେଶ୍ବର ଲୋକସଭା କ୍ଷେତ୍ରର ସମସ୍ତ ଭୋଟରଙ୍କୁ କୃତଜ୍ଞତା ଜଣାଇବା ସହ ପ୍ରଧାନମନ୍ତ୍ରୀ ମୋଦି, ଅମିତ ଶାହ ଓ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି ।
ଭୁବନେଶ୍ବର ହେବ ନମ୍ବର-1 ସଂସଦୀୟ କ୍ଷେତ୍ର: ଅପରାଜିତା - bhubaneswar
‘ଅପରାଜିତା’ ନାଁ କୁ ସାର୍ଥକ କରିଛନ୍ତି ଅପରାଜିତା ଷଡଙ୍ଗୀ । ଭୁବନେଶ୍ବର ଆସନରେ ବିପୁଳ ମାତ୍ରାରେ ଭୋଟ ପାଇ ବିଜୟ ଲାଭ କରିଛନ୍ତି ବିଜେପି ପ୍ରାର୍ଥୀନି ଅପରାଜିତା । ନିଜ ବିଜୟର ସମସ୍ତ ଶ୍ରେୟ ଭୋଟର ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଇଛନ୍ତି ସେ ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ଭୁବନେଶ୍ବରକୁ ଦେଶର ସର୍ବଶ୍ରେଷ୍ଠ ସଂସଦୀୟ କ୍ଷେତ୍ରରେ ପରିଣତ କରିବେ ବୋଲି ମତ ଦେଇଛନ୍ତି ଅପରାଜିତା । ତେବେ ଆଗାମୀ ଦିନରେ ଭୁବନେଶ୍ବର ପାଇଁ ଆଉ କଣ ସବୁ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ଅପରାଜିତା, ସେ ନେଇ ତାଙ୍କ ସହ ସିଧାସଳଖ କଥା ହୋଇଛନ୍ତି ଆମ ସମ୍ବାଦଦାତା ତପନ ଦାସ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ