ଓଡିଶା

odisha

ETV Bharat / city

ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଅନିୟମିତତା, ହରଡ଼ଘଣାରେ ପ୍ରତାପ - bjp-bjd political fight

ଖୋଦ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରୁ ଆସିଛି ସାଙ୍ଘାତିକ ଅଭିଯୋଗ । ପାଳ ତଲେ ଜୀବନ କଟାଉଥିବା ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ କରାଯାଉଥିବା ବେଳେ ଦଳୀୟ ନେତାଙ୍କୁ ବଣ୍ଟାଯାଉଛି ଯୋଜନା । ଅଧିକ ପଢନ୍ତୁ...

ଡ଼ିଜାଇନ୍ ଫଟୋ

By

Published : Oct 13, 2019, 6:00 PM IST

Updated : Oct 14, 2019, 1:11 AM IST

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିରୋଧୀ ବିଜେପି ଓ ବିଭାଗୀୟ ମନ୍ତ୍ରୀ । ଗତ କିଛିଦିନ ଧରି ବିଜେପି ଏହାକୁ ପ୍ରସଙ୍ଗ କରି ସବୁ ସ୍ତରରେ ଆନ୍ଦୋଲନ କରି ଆସୁଛି । ଦଳର ଅଭିଯୋଗ ହେଲା ଏଥିରେ ବ୍ୟାପକ ଅନିୟମିତତା ହୋଇଛି । ଦଳୀୟ ଭିତ୍ତିରେ ବଣ୍ଟନ କରାଯାଉଛି ଘର। ଯୋଗ୍ୟ ଲୋକଙ୍କୁ ବାଦ ଦେଇ ଦଳୀୟ ନେତାଙ୍କୁ ଯୋଗାଇ ଦିଆଯାଉଛି ଯୋଜନା ।

ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଅନୀୟମିତତା ଅଭିଯୋଗ

ତେବେ କିଛିଦିନ ତଳେ ବିଜେପିର ଏଭଳି ଅଭିଯୋଗକୁ ଖୋଦ ପଞ୍ଚାୟତିରାଜ ମନ୍ତ୍ରୀ ଖଣ୍ଡନ କରି କହିଥିଲେ ନିର୍ଦ୍ଧିଷ୍ଟ ପ୍ରମାଣ ଥିଲେ ବିଜେପି ତଥ୍ୟ ଦେଉ । ଖାଲି ଅଭିଯୋଗ କଲେ ହେବ ନାହିଁ ।

ଏହାର ଦିନ କେଇଟା ପରେ ଖୋଦ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଘର ଆବଣ୍ଟନର ଅନିୟମିତତାର ଲମ୍ବା ଫର୍ଦ୍ଦ ଧରି ସମ୍ବାଦଦାତା ସମ୍ମିଳନୀରେ ତଥ୍ୟ ଉପସ୍ଥାପନ କରିଛନ୍ତି ବିଜେପି ନେତା ସାରଦା ପ୍ରଧାନ। ପୂର୍ବତନ ବ୍ଲକ ବିଜେଡି ଅଧ୍ୟକ୍ଷଙ୍କ ଭାଇକୁ ମିଳିଛି ଘର । ଗୋଟିଏ ପରିବାରର ଦୁଇ ଭାଇ ଦୁଇଟି ଘର ପାଇ ଦୁଇ ମହଲା ତିଆରି କରୁଛନ୍ତି କିନ୍ତୁ ଗରିବ ଲୋକ ଅର୍ଥାତ୍ ଯେଉଁମାନେ ଅସଲ ହିତାଧିକାରୀ ସେମାନେ କିପରି ପାଲ ତଳେ ରହୁଛନ୍ତି ସେ ସମ୍ପର୍କିତ ତଥ୍ୟ ରଖିଥିଲେ ସାରଦା।

ଦଳର କହିବାର କଥା ଥିଲା ନିର୍ଦ୍ଧିଷ୍ଟ ଅଭିଯୋଗ ତ ପାଇଲ ଏବେ କାର୍ଯ୍ୟାନୁଷ୍ଠାନ ନିଅ । ସେପଟେ ଘଟଣା ବାବଦରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ପଚରାଯିବାରୁ ସେ ଚିରାଚରିତ ଢଙ୍ଗରେ ଉତ୍ତର ରଖିଥିଲେ । ଯଦି ଅନିୟମିତତା ହୋଇଥିବ ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏପରି କହି ପ୍ରସଙ୍ଗରେ ହାଲୁକା ଭାବେ ଉତ୍ତର ରଖିଥିଲେ ମନ୍ତ୍ରୀ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Oct 14, 2019, 1:11 AM IST

ABOUT THE AUTHOR

...view details