ଭୁବନେଶ୍ୱର: ବାତ୍ୟା ଫନି ଆସି ଚାଲିଯାଇଛି, ହେଲେ ଫନି ରାଜନୀତି ଜୋର ଧରିଛି । ବାତ୍ୟା ପରେ ରାଜ୍ୟରେ ହୋଇଥିବା ବ୍ୟାପକ କ୍ଷୟକ୍ଷତିକୁ ନେଇ ହନ୍ତସନ୍ତ ବାତ୍ୟା ବିପନ୍ନ । ଅଚଳ ହୋଇଛି ସବୁ ବ୍ୟବସ୍ଥା । ବାତ୍ୟାର 7 ଦିନ ପେର ବି ରାଜ୍ୟର ଅନେକ ସ୍ଥାନ ଅନ୍ଧାରରେ । ପାନୀୟ ଜଳ, ବିଦ୍ୟୁତ ଯୋଗାଣ ସବୁକିଛି ଠପ ହୋଇଯାଇଛି । ଆଉ ଏଥିପାଇଁ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।
ବ୍ୟବସାୟିକ ମନବୃତି ପାଇଁ କାମ ହୋଇପାରୁନି । ରାଜ୍ୟ ସରକାରଙ୍କ ଅପାରଗ ଓ ସ୍ଥାଣୁତା ପାଇଁ 7 ଦିନ ବିତିଥିଲେ ବି ସ୍ବାଭାବିକ ସ୍ଥିତି ଫେରୁନି । ରିଲିଫ ଥଇଥାନ ପୁନରୁଦ୍ଧାର କାର୍ଯ୍ୟ ବି ଠିକ ଭାବେ ହୋଇ ପାରୁ ନଥିବା କହିଛନ୍ତି ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ।