ଓଡିଶା

odisha

ETV Bharat / city

ପ୍ରଦୀପ ମହାରଥୀଙ୍କ ନାଁରେ ଲୋକାୟୁକ୍ତଙ୍କ ନିକଟରେ ବିଜେପିର ଫେରାଦ

ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ନାଁରେ ଜମିହଡପ ଅଭିଯୋଗ । ଅଭିଯୋଗ ଆଣିଲା ବିଜେପି । ଲୋକାୟୁକ୍ତରେ ଅଭିଯୋଗ ରୁଜୁ କରାଯାଇଛି ।

land grabbing case on pradeep maharathy
ପ୍ରଦୀପ ମହାରଥୀଙ୍କ ନାଁରେ ଲୋକାୟୁକ୍ତଙ୍କ ନିକଟରେ ବିଜେପିର ଫେରାଦ

By

Published : Nov 28, 2019, 7:56 PM IST

ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ନାଁରେ ଜମିହଡପ ଅଭିଯୋଗ । ଲୋକାୟୁକ୍ତରେ ଅଭିଯୋଗ ରୁଜୁ କଲା ବିଜେପି। ପ୍ରଦୀପ ମହାରଥୀ ୧୦୦ କୋଟି ଟଙ୍କାର ସରକାରୀ ଜମି ମାଡିବସିଛନ୍ତି ଏବଂ ଭଲ ଭଲ କଥା କହି ଲୋକଙ୍କୁ ଫାଙ୍କୁଛନ୍ତି। ଏଭଳି ସଙ୍ଗୀନ ଅଭିଯୋଗ ଆଣିଛି ବିଜେପି ।

ପ୍ରଦୀପ ମହାରଥୀଙ୍କ ନାଁରେ ଲୋକାୟୁକ୍ତଙ୍କ ନିକଟରେ ବିଜେପିର ଫେରାଦ

ବିଜେପି ଅଭିଯୋଗ ଅନୁଯାୟୀ, ମହାରଥୀ ତାଙ୍କ ହୁକେଇପୁର ଫାର୍ମ ହାଉସ ନାଁରେ କୋଟିକୋଟି ଟଙ୍କାର ଜମି କରିଛନ୍ତି । ଏହି ଘଟଣାକୁ ନେଇ ଲୋକାୟୁକ୍ତଙ୍କ ନିକଟରେ ବିଜେପି ଅଭିଯୋଗ ଆଣିଛି। ଲୋକାୟୁକ୍ତ ଏହାର ତଦନ୍ତ କରିବେ ବୋଲି ଆଶ୍ବସନା ଦେଇଛନ୍ତି । ଉକ୍ତ ଘଟଣାକୁ ତଦନ୍ତ କରିବାକୁ ନେଇ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ରହିଥିଲା । ହେଲେ ଜିଲ୍ଲାପାଳ କୌଣସି ନିଷ୍ପତି ନେଇନାହାଁନ୍ତି । କାରଣ ସେ ମଧ୍ୟ 56 ଏକର ଗୋଚର ଜମି ହଡ଼ପ କରିଛନ୍ତି । ଏହାର ଖୁବଶୀଘ୍ର ତଦନ୍ତ କରାଯାଉ ବୋଲି ଲୋକାଯୁକ୍ତଙ୍କ ନିକଟରେ ବିଜେପି ମୁଖପତ୍ର ଗୋଲକ ମହାପାତ୍ର ଅନୁରୋଧ କରିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details