ଓଡିଶା

odisha

ETV Bharat / city

ଗାନ୍ଧୀ ଜୟନ୍ତୀଠୁ ଆରମ୍ଭ ହେଲା ବିଜେଡିର ଜନସଚେତନତା ଅଭିଯାନ କାର୍ଯ୍ୟକ୍ରମ - ଭୁବନେଶ୍ବର

ବିଜେଡି କାର୍ଯ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳିତ। ଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରି ଗାନ୍ଧୀଙ୍କ ସ୍ମୃତି ଚାରଣ କରିଥିଲେ ନେତା । ଆଜିଠୁ ମାସେ ବ୍ୟାପି ଚାଲିବାକୁ ଥିବା ବିଜେଡ଼ିର ଜନସଚେତନତା ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି ।

ଜେଡ଼ିର ଜନସଚେତନତା ଅଭିଯାନ
ଜେଡ଼ିର ଜନସଚେତନତା ଅଭିଯାନ

By

Published : Oct 2, 2020, 1:15 PM IST

ଭୁବନେଶ୍ବର: ବିଜେଡି କାର୍ଯ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳିତ। ଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରି ଗାନ୍ଧୀଙ୍କ ସ୍ମୃତି ଚାରଣ କରିଥିଲେ ନେତା । ଗାନ୍ଧୀ ଜୟନ୍ତୀଠୁ ମାସେ ବ୍ୟାପି ଚାଲିବାକୁ ଥିବା ବିଜେଡ଼ିର ଜନସଚେତନତା ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି ।

ଗାନ୍ଧିଜୀ ଜୟନ୍ତୀ ଠାରୁ ଆରମ୍ଭ ହେଲା ବିଜେଡିର ଜନସଚେତନତା ଅଭିଯାନ କାର୍ଯ୍ୟକ୍ରମ
ଗାନ୍ଧିଜୀ ଜୟନ୍ତୀ ଠାରୁ ଆରମ୍ଭ ହେଲା ବିଜେଡିର ଜନସଚେତନତା ଅଭିଯାନ କାର୍ଯ୍ୟକ୍ରମ

ମାସ୍କ ପିନ୍ଧିବା, ହାତ ଧୋଇବା ,ସମଦୂରତା ରକ୍ଷା କରିବା ଭଳି କୋଭିଡ଼ ସମ୍ପର୍କରେ ଲୋକଙ୍କୁ ସଚେତନକରିବେ ନେତା ଓ କର୍ମୀ । ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ପ୍ରଣବ ପ୍ରକାଶ ଦାସ, ଅରୁପ ପଟ୍ଟନାୟକ,ପ୍ରଣବ ବଳବନ୍ତରାୟ, ବ୍ୟୋମକେଶ ରାୟ, ସୁଲତା ଦେଓ, ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖ ନେତା ଉପସ୍ଥିତ ଥିଲେ । ସୂଚନାନୁସାରେ, ବିଜେଡିର ସମସ୍ତ ସାସଂଦ ବିଧାୟକ ଜିଲ୍ଲା ସଭାପତି ଓ ଜିଲ୍ଲା ପର୍ଯ୍ୟବେକ୍ଷକ ରାଜ୍ୟ ସ୍ତରୀୟ କର୍ମକର୍ତ୍ତାଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଚିଠି ଲେଖିଥିଲେ ।

କୋଭିଡ ମହାମାରୀ ପରିପ୍ରେକ୍ଷୀରେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ନଭେମ୍ବର ୨ ପର୍ଯ୍ୟନ୍ତ ୧ମାସ ଧରି ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ କରିବା ପାଇଁ ଚିଠିରେ ନବୀନ ଲେଖିଥିଲେ । ସାମାଜିକ ଦୂରତା ମାସ୍କ ପିନ୍ଧିବା ଆଦି କୋଭିଡ ନିୟମ ବିଷୟରେ ସଚେତନ କରିବା ପାଇଁ ନବୀନ କହିଥିଲେ । ଏହାସସ ପ୍ଲାଜମା ଦାନ, ରକ୍ତ ଦାନ, ମୃତକଙ୍କ ଶବ ସତ୍କାର କରିବା ପାଇଁ ଓଡିଶା ମୋ ପରିବାର ନିଷ୍ଠାପର ଉଦ୍ୟମ ଆରମ୍ଭ କରିଛି । ଏହି କାର୍ଯ୍ୟକ୍ରମ ମାସେ ଧରି ଚାଲିବ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details