ଭୁବନେଶ୍ବର: ସଂସଦୀୟ କମିଟିରେ ଓଡିଆ ସାଂସଦ । ସଂସଦୀୟ କମିଟିରେ ଉଭୟ ରାଜ୍ୟସଭା ଓ ଲୋକସଭା ସାଂସଦଙ୍କୁ ନିଯୁକ୍ତି ମିଳିଛି । ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କମିଟିରେ ରାଜ୍ୟର ସାଂସଦଙ୍କୁ ସଦସ୍ୟ କରାଯାଇଛି । ସଂସଦୀୟ ଶ୍ରମ ଓ ନିୟୋଜନ କମିଟିର ଅଧ୍ୟକ୍ଷ ଭାବେ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଦାୟିତ୍ବ ମିଳିଛି।
ତେବେ ନଜର ପକାନ୍ତୁ କେଉଁ କମିଟିରେ କାହାକୁ ସଦସ୍ୟ କରାଯାଇଛି -
ସଂସଦୀୟ ରେଲୱେ କମିଟି:
- କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି
- ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ
ସଂସଦୀୟ ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ କମିଟି :
- ଆସ୍କା ସାଂସଦ ପ୍ରମିଳା ବିଶୋୟୀ
- କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା
ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ କମିଟି:
- ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ
ସଂସଦୀୟ ସାର ଓ ରସାୟନ କମିଟି:
- ମୟୂରଭଞ୍ଜ ସାଂସଦ ବିଶେମ୍ବର ଟୁଡୁ
- ରାଜ୍ୟସଭା ସାଂସଦ ରଞ୍ଜୀବ ବିଶ୍ବାଳ
ଆଇନ ଓ ନ୍ୟାୟ, ସାଧାରଣ ଅଭିଯୋଗ କମିଟି:
- ବରଗଡ ସାଂସଦ ସୁରେଶ ପୂଜାରୀ
ସଂସଦୀୟ କୋଇଲା ଓ ଖଣି କମିଟି:
- କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା
- ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦ
ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ଜଙ୍ଗଲ ଓ ପରିବେଶ କମିଟି:
- ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବ
- ରାଜ୍ୟସଭା ସାଂସଦ ଏନ୍ ଭାସ୍କର ରାଓ
- ଢେଙ୍କାନାଳ ସାଂସଦ ମହେଶ ସାହୁ