ଓଡିଶା

odisha

By

Published : Sep 1, 2022, 11:09 PM IST

ETV Bharat / city

BJDର ନୂଆ ମହିଳା ଟିମ, ସଂଗଠନ ସୁଦୃଢ ହେଉଛି

BJDର ନୂଆ ମହିଳା ଟିମ । ଦଳର ସଂଗଠନକୁ ସୁଦୃଢ କରୁଛି ବିଜେଡି । ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ମହିଳା ସଂଗଠନର ପୁନଃର୍ଗଠନ କରିଛି ବିଜେଡି(BJD womens wing extended) । ଆଗାମୀ ଦିନରେ ଦଳକୁ ଆହୁରି ସଫଳତା ମିଳିବ ବୋଲି ନବ ନିଯୁକ୍ତ ମହିଳା ନେତ୍ରୀ କହିଛନ୍ତି । ଅଧିକ ପଢ଼ନ୍ତୁ

ବଢୁଛି BJD ମହିଳା ସଂଗଠନ, ସୁଦୃଢ ହେଉଛି ଦଳ
ବଢୁଛି BJD ମହିଳା ସଂଗଠନ, ସୁଦୃଢ ହେଉଛି ଦଳ

ଭୁବନେଶ୍ବର:ବିଜୁ ମହିଳା ଜନତା ଦଳକୁ ପୁନଃର୍ଗଠିତ କରାଯାଇଛି । ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ମହିଳା ସଂଗଠନର ପୁନଃର୍ଗଠନ କରିଛି ଦଳ (BJD womens wing extended)। ସଭାନେତ୍ରୀ, ଉପଦେଷ୍ଟା, ସାଂଗଠନିକ ଜିଲ୍ଲା ସଭାପତି ଓ କର୍ମକର୍ତ୍ତାଙ୍କ ସହ ମୋଟ 393 ଜଣିଆ ଟିମ ଗଠନ କରାଯାଇଛି । ଆଗାମୀ ଦିନରେ ଦଳକୁ ଆହୁରି ସଫଳତା ମିଳିବ ବୋଲି ନବ ନିଯୁକ୍ତ ମହିଳା ନେତ୍ରୀ କହିଛନ୍ତି । BJDର ନୂଆ ମହିଳା ଟିମରେ ୨୩ ଜଣ ଉପଦେଷ୍ଟା ସମେତ ୩ କାର୍ଯ୍ଯକାରୀ ସଭାପତି ରହିଛନ୍ତି ।

ବଢୁଛି BJD ମହିଳା ସଂଗଠନ, ସୁଦୃଢ ହେଉଛି ଦଳ

ନବ ନିଯୁକ୍ତ ଉପଦେଷ୍ଟା ତଥା ବରିଷ୍ଠ ନେତ୍ରୀ ମିନତୀ ବେହେରା କହିଛନ୍ତି, "ଆଗାମୀ ଦିନରେ ବିଜୁ ଜନତା ଦଳ ଆହୁରି ସୁଦୃଢ ହେବ । ଏହା ସହ ଓଡ଼ିଶାର ପ୍ରଗତି ରଥରେ ମହିଳା ନେତୃତ୍ବ ନେବେ । ସଶକ୍ତ ହେବା ସହ ରାଜ୍ୟର ମହିଳା ଆଗକୁ ବଢ଼ିବେ ।"

ସେହିପରି ନବନିଯୁକ୍ତ ଭୁବନେଶ୍ବର ଜୋନ୍‌ ସାଂଗଠନିକ ଜିଲ୍ଲା ସଭାନେତ୍ରୀ ସଂଯୁକ୍ତା ମହଲ କହିଛନ୍ତି, "ମହିଳାଙ୍କ ଲାଗି ଯେଉଁ ବ୍ୟବସ୍ଥା ହୋଇଛି କେବଳ 2024 ନୁହେଁ ଆଗକୁ ମଧ୍ୟ ଦଳ ସଫଳତା ହାସଲ କରିବ । ଘର କଣରେ ରହୁଥିବା ମହିଳା ଏବେ ଆଗକୁ ଆସିଲେଣି । ସ୍ୱାବଲମ୍ବୀ ହେବା ସହ ବିଭିନ୍ନ କ୍ଷେତ୍ରରେ ମହିଳା ଗୁରୁତ୍ୱ ପାଉଛନ୍ତି । ରାଜନୈତିକ କ୍ଷେତ୍ରରେ ମଧ୍ୟ ମହିଳାଙ୍କ ପ୍ରାଧାନ୍ୟ ବଢୁଛି । ମୁଖ୍ୟମନ୍ତ୍ରୀ ଯେଉଁ ଦାୟୀତ୍ୱ ଦେଇଛନ୍ତି, ତାହାର ମର୍ଯ୍ୟାଦା ରଖିବୁ ବୋଲି ସେ କହିଛନ୍ତି । ଦଳକୁ ସୁଦୃଢ କରିବା ଲାଗି ମହିଳା ମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବେ ।"

ମହିଳା ବିଜେଡି ପୁର୍ନଗଠନ ତାଲିକାରେ 23 ଉପଦେଷ୍ଟା, 3 କାର୍ଯ୍ୟକାରୀ ସଭାନେତ୍ରୀ, ଜଣେ ମହାସଚିବ, 7ଟି ଜୋନ ପାଇଁ 13 ଜଣ ସଭାନେତ୍ରୀ ଓ କାର୍ଯ୍ୟକାରୀ ସଭାନେତ୍ରୀ, 16 ଜଣ ବରିଷ୍ଠ ଉପ-ସଭାନେତ୍ରୀ, 45 ଉପ-ସଭାନେତ୍ରୀ, 71 ସାଧାରଣ ସମ୍ପାଦିକା, 80 ସମ୍ପାଦିକା, 33 ଯୁଗ୍ମ ସମ୍ପାଦିକା ଓ 68 ଜଣଙ୍କୁ କାର୍ଯ୍ୟକାରୀ କମିଟିରେ ସାମିଲ କରାଯାଇଛି । ଏହା ସହ 34 ଟି ସାଂଗଠନିକ ଜିଲ୍ଲାର ସଭାନେତ୍ରୀ ଓ କାର୍ଯ୍ୟକାରୀ ସଭାନେତ୍ରୀଙ୍କୁ ମିଶାଇ ମୋଟ 40 ନେତ୍ରୀଙ୍କୁ ଥଇଥାନ କରାଯାଇଛି । ଫଳରେ ଏହି ସଂଖ୍ୟା 393କୁ ବୃଦ୍ଧି ପାଇଛି । ଦଳର 23 ଜଣ ସାଂସଦ, ମନ୍ତ୍ରୀ, ବିଧାୟିକା, ପୂର୍ବତନ ସାଂସଦ ଓ ବିଧାୟିକାଙ୍କୁ ମହିଳା ସଂଗଠନର ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି । କସ୍ତୁରୀ ମହାପାତ୍ରଙ୍କୁ ମହିଳା ବିଜେଡିର ମହାସଚିବ ଭାବେ ପୁନଃର୍ବାର ଦାୟୀତ୍ବ ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details