ଓଡିଶା

odisha

ETV Bharat / city

'ନିର୍ବାଚନରେ ବିଜେଡି ବହୁତ ଭଲ କରିବ'

ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତିକ୍ରିୟା ପରେ ଜବାବ ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋମବାର ଗଣମାଧ୍ୟମ ଜରିଆରେ ନିଜ ପ୍ରତିକ୍ରିୟା ରଖିଥିଲେ । ରବିବାର ମୋଦିଙ୍କ ଭିଡିଓ କନଫରେନ୍ସିଂ ପରେ ଓଡିଶାରେ ରାଜନୈତିକ ପାଣିପାଗ ପାରଦ ଉପରକୁ ଉଠିଥିଲା ।

By

Published : Apr 1, 2019, 6:45 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର


ଭୁବନେଶ୍ବର: 'ଚଳିତ ନିର୍ବାଚନରେ ବିଜେଡି ବହୁତ ଭଲ କରିବ। ଆପଣମାନେ ଦେଖିବେ, ଆମେ ବହୁତ ଭଲ କରିବୁ'ବୋଲି ସୋମବାର ପ୍ରତିକ୍ରିୟା ଦେଇଛନ୍ତିମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ, ଓଡ଼ିଶା ଦ୍ୱିତୀୟ ତ୍ରିପୁରା ହେବ । ଚଳିତ ନିର୍ବାଚନ ଫଳାଫଳ ପରେ ଓଡ଼ିଶା ସାରା ଭାରତ ବର୍ଷକୁ ଚମକାଇ ଦେବ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର

ପ୍ରକାଶ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ନୂଆଦିଲ୍ଲୀସ୍ଥ ତାଲକୋଟରା ଷ୍ଟାଡିୟମରେ ଲୋକଙ୍କୁ ସମ୍ବୋଧନ କରିଥିଲେ । ଏହା ସହିତ ପ୍ରଧାନମନ୍ତ୍ରୀ ଦେଶର 500ଟି ସ୍ଥାନରେ ଲୋକଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ମତ ବିନିମୟ କରିଥିଲେ । ଏହି ସମୟରେ ମୋଦି କହିଥିଲେ, ଚଳିତ ନିର୍ବାଚନରେ ଓଡିଶା ସମଗ୍ର ଦେଶକୁ ଚକିତ କରିଦେବ । ତ୍ରିପୁରା ପରି ଓଡିଶାରେ ବିଜେପି ସରକାର ଗଢି ଉଠିବ।ମୋଦିଙ୍କ ଏହି ମନ୍ତବ୍ୟ ପରେ ଓଡିଶାରେ ରାଜନୈତିକ ପାଣିପାଗ ପାରଦ ଉପରକୁ ଉଠିଥିଲା ।

ଏହି ପ୍ରସଙ୍ଗରେ ସୋମବାର ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, ନିର୍ବାଚନରେ ବିଜେଡି ବହୁତ ଭଲ କରିବ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details