ଭୁବନେଶ୍ବର: ବିଜେପିର ସାମ୍ବାଦିକ ସମ୍ମିଳନୀକୁ ଶାସକ ଦଳର ଟାର୍ଗେଟ । ଚର୍ଚ୍ଚାରେ ରହିବା ପାଇଁ ବିଜେପି ସବୁ ଦିନ ସାମ୍ବାଦିକ ସମ୍ମିଳନୀ କରୁଥିବା ବିଜେଡି ଅଭିଯୋଗ କରିଛି । ଯଦି ବିଜେପି ପାଖରେ କିଛି ତଥ୍ୟ ଅଛି, ସେ ପ୍ରମାଣକୁ ନେଇ ପୋଲିସ ଓ କୋର୍ଟଙ୍କୁ ଯାଆନ୍ତୁ ବୋଲି ବିଜେଡି ମୁଖ୍ୟପାତ୍ର ସୁଲତା ଦେଓ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
‘ଚର୍ଚ୍ଚାରେ ରହିବା ପାଇଁ ବିଜେପିର ପ୍ରେସମିଟ୍’
ବିଜେପିର ସାମ୍ବାଦିକ ସମ୍ମିଳନୀକୁ ନେଇ ଜୋରଦାର ବର୍ଷିଛନ୍ତି ବିଜେଡି ମୁଖପାତ୍ର ସୁଲତା ଦେଓ । ଚର୍ଚ୍ଚାରେ ରହିବା ପାଇଁ ବିଜେପି ସାମ୍ବାଦିକ ସମ୍ମିଳନୀ କରୁଥିବା ସେ କହିଛନ୍ତି ।
‘ଚର୍ଚ୍ଚାରେ ରହିବା ପାଇଁ ବିଜେପିର ପ୍ରେସମିଟ୍’
ସେ କହିଛନ୍ତି, ବିଜେପି ଯେଉଁ ସିବିଆଇ ପ୍ରସଙ୍ଗ କଥା କହୁଛନ୍ତି ବିଗତ ଦିନରେ ସିବିଆଇକୁ ବହୁତ କେସ ହସ୍ତାନ୍ତର କରାଯାଇଛି ହେଲେ ହେଲେ ତାର ଫଳ କଣ ହୋଇଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଉନ୍ନତିମୂଳକ କାର୍ଯ୍ୟରେ ମନ ନ ଲଗାଇ ପ୍ରସଙ୍ଗ ବିହୀନ ସାମ୍ବାଦିକ ସମ୍ମିଳନୀ କରୁଥିବାରୁ ଏହାକୁ କଡା ନିନ୍ଦା କରିଛନ୍ତି ସୁଲତା ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ