ଭୁବନେଶ୍ବର: ବିଜେପି ହିଂସ୍ର ଆଚରଣ କରୁଛି । ଏହାକୁ ଲୁଚାଇବାକୁ ଯାଇ ଚୋର ମୁହଁ ଟାଣ ନ୍ୟାୟରେ ରବିବାର ପୁଣି ଥରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟକୁ ଯାଇ କୁମ୍ଭୀର କାନ୍ଦଣା କାନ୍ଦୁଛି ବିଜେପି । ଏ ନେଇ ବର୍ଷିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ।
ହିଂସ୍ର ଆଚରଣ ଲୁଚାଇବାକୁ ବିଜେପି କାନ୍ଦୁଛି କୁମ୍ଭୀର କାନ୍ଦଣା: ବିଜେଡି - Pipili Byelection
ବିଜେପି ଅଭିଯୋଗର ଜବାବ ଦେଇ ଲେନିନ କହିଛନ୍ତି ଯେ, ପିପିଲି ଉପନିର୍ବାଚନରେ ନିଜର ଶୋଚନୀୟ ପରାଜୟ ଜାଣିବା ପରେ ରାଜ୍ୟ ବିଜେପି ଏବେ ଏ ପ୍ରକାରର ମିଥ୍ୟା ଓ ଭିତ୍ତିହୀନ ଅପପ୍ରଚାରରେ ମାତିଛି । ଅଧିକ ପଢନ୍ତୁ..
ବିଜେପି ଅଭିଯୋଗର ଜବାବ ଦେଇ ଲେନିନ କହିଛନ୍ତି ଯେ, ପିପିଲି ଉପନିର୍ବାଚନରେ ନିଜର ଶୋଚନୀୟ ପରାଜୟ ଜାଣିବା ପରେ ରାଜ୍ୟ ବିଜେପି ଏବେ ଏ ପ୍ରକାରର ମିଥ୍ୟା ଓ ଭିତ୍ତିହୀନ ଅପପ୍ରଚାରରେ ମାତିଛି । ଓଡିଶା ଭଳି ଏକ ଶାନ୍ତିପ୍ରିୟ ରାଜ୍ୟରେ ଉତ୍ତରପ୍ରଦେଶ ଓ ବିହାର ଭଳି ରାଜନୈତିକ ହିଂସା ଘଟାଇବା ପାଇଁ ବିଜେପି ଅଣ୍ଟା ଭିଡିଛି । ବିଜେପୁର ଉପନିର୍ବାଚନରେ ନିର୍ବାଚନୀ ହିଂସା ହେଉ । ଅବା ଗତ ସାଧାରଣ ନିର୍ବାଚନ । ବିଜେପି ହିଂସାର ରାଜନୀତିକୁ ଆପଣେଇ ଓଡିଶା ଭଳି ପବିତ୍ର ଓ ଶାନ୍ତିପ୍ରିୟ ରାଜ୍ୟକୁ କଳୁଷିତ ପାଇଁ ଚେଷ୍ଟା କରିଆସୁଛି । ବିଜେପିର ଏଭଳି ହିଂସ୍ର ନିର୍ବାଚନୀ ରାଜନୀତିକୁ ଓଡ଼ିଶାବାସୀ କେବେବି ଗ୍ରହଣ କରିନାହାନ୍ତି । ଏଥିପାଇଁ ବିଗତ ନିର୍ବାଚନଗୁଡିକରେ ଦଳକୁ ପରାସ୍ତର ବାଟ ଦେଖାଇଛନ୍ତି ।
ଏଥର ପିପିଲିବାସୀ ମଧ୍ୟ ବିଜେପିର ଏହି ନିର୍ବାଚନୀ ହିଂସାକୁ ଗ୍ରହଣ କରିବେ ନାହିଁ । ଏଭଳି ଆଚରଣ ପାଇଁ ବିଜେପିକୁ ଉଚିତ ଜବାବ ଦେବା ସହିତ ହିଂସାକୁ ପ୍ରସୟ ଦେଉଥିବା ଏହି ଦଳକୁ ଓଡିଶାବାସୀ କ୍ଷମା କରିବେ ନାହିଁ ବୋଲି ଲେନିନ କହିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ