ଓଡିଶା

odisha

ବିଜେଡି ରାଜ୍ୟ ପରିଷଦ ବୈଠକ; ସଙ୍ଗଠନ ଓ ସରକାର ପାଇଁ କର୍ମୀଙ୍କ ମତ ଲୋଡିଲେ ସୁପ୍ରିମୋ

ବିଜେଡି ରାଜ୍ୟ ପରିଷଦ ବୈଠକ ଆରମ୍ଭ ହୋଇଛି । ଏଥିରେ ଦଳର ସୁପ୍ରିମୋ ସଙ୍ଗଠନ ଓ ସରକାର ପାଇଁ ଦଳୀୟ କର୍ମୀଙ୍କ ମତାମତ ଲୋଡିଛନ୍ତି । ଅଧିକ ପଢନ୍ତୁ...

By

Published : Dec 21, 2020, 11:23 AM IST

Published : Dec 21, 2020, 11:23 AM IST

Updated : Dec 21, 2020, 1:53 PM IST

ବିଜେଡି ରାଜ୍ୟ ପରିଷଦ ବୈଠକ
ବିଜେଡି ରାଜ୍ୟ ପରିଷଦ ବୈଠକ

ଭୁବନେଶ୍ବର: ଆରମ୍ଭ ହୋଇଛି ବିଜେଡି ରାଜ୍ୟ ପରିଷଦ ବୈଠକ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିସିଛି ବୈଠକ । ଦଳର ସମସ୍ତ ସାଂସଦ, ବିଧାୟକ, ଜିଲ୍ଲା ସଭାପତି, ରାଜ୍ୟ ପରିଷଦ ସଦସ୍ୟମାନେ ବୈଠକରେ ଉପସ୍ଥିତ ଅଛନ୍ତି ।

ସଙ୍ଗଠନକୁ ମଜଭୁତ କରିବା ସହ ତୄଣମୂଳ ସ୍ତରରେ ଦଳକୁ ଅଧିକ କ୍ରିୟାଶୀଳ କରିବା ଉପରେ ବିସ୍ତୃତ ଆଲୋଚନା ହେବ ବୋଲି ସୂଚନା ମିଳିଛି । ସେପଟେ ବୈଠକରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ମତାମତ ମାଗିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ସରକାର ଓ ସଙ୍ଗଠନ ପାଇଁ ମତାମତ ଦେବାକୁ ଆଜିର ବୈଠକରେ ସେ କହିଛନ୍ତି । ଦଳର ସମସ୍ତ କାର୍ଯ୍ୟକର୍ତ୍ତା ମାନେ ମତାମତ ଦେବେ । ଦୁଇଟି ମତାମତ ଦେବାକୁ କୁହାଯାଇଛି । ଗୋଟିଏ ମତାମତ ଦଳ ପାଇଁ ଓ ଅନ୍ୟଟି ସରକାର ପାଇଁ ଦେବାକୁ କୁହାଯାଇଛି ।

ବିଜେଡି ରାଜ୍ୟ ପରିଷଦ ବୈଠକ

ଦଳୀୟ କାର୍ଯ୍ୟାଳୟରେ ରଖାଯାଇଥିବା ଡ୍ରପ ବକ୍ସରେ ସମସ୍ତ କାର୍ଯ୍ୟକର୍ତ୍ତା ଆଜି ସନ୍ଧ୍ୟା ସୁଦ୍ଧା ନିଜର ମତାମତ ଦେବାକୁ କହିଛନ୍ତି ବିଜେଡି ସୁପ୍ରିମୋ । ମୟୂରଭଞ୍ଜର ଉତ୍ତର ଓଡିଶା ବିଶ୍ବବିଦ୍ୟାଳୟକୁ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟରେ ନାମିତ କରିବାକୁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ସ୍ବାଗତ କରି ଧନ୍ୟବାଦ ଜଣାଇଛନ୍ତି ସାଂସଦ ମମତା ମହନ୍ତ। ପୂର୍ବରୁ କଟକ ବଡ ମେଡିକାଲକୁ ମଧ୍ୟ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ନାମିତ କରାଯାଇଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Dec 21, 2020, 1:53 PM IST

ABOUT THE AUTHOR

...view details