ଭୁବନେଶ୍ବର: ଅନୁପ ସାଏ ପ୍ରସଙ୍ଗରେ ମୁହଁ ଖୋଲିଲା ବିଜେଡି । ଗତକାଲି ଅନୁପ ସାଏଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳରୁ ବହିଷ୍କୃତ କରିଥିବାବେଳେ ଆଜି ଏହା ଉପରେ ମତ ରଖିଛନ୍ତି ବିଜେଡି ମୁଖପାତ୍ର ଲେଲିନ ମହାନ୍ତି ।
ଅପରାଧ ଓ ଦୁର୍ନୀତି କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ଜିରୋ ଟଲରାନ୍ସ ନୀତି ଆପଣାଉଥିବାରୁ ଲେଲିନ ମହାନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ହତ୍ୟାକାଣ୍ଡରେ ଅନୁପ ସାଏଙ୍କ ଲିଙ୍କ ଦେଖି ତାଙ୍କୁ ଦଳରୁ ଓ ପଣ୍ୟଗାର ନିଗମରୁ ବହିଷ୍କୃତ କରାଯାଇଛି । ଏଥିରୁ ସ୍ପଷ୍ଟ ବିଜେଡି ସୁପ୍ରିମୋଙ୍କ ପାଇଁ ଆଇନର ଉର୍ଦ୍ଧ୍ବରେ କେହି ନୁହଁନ୍ତି ଏବଂ ସମସ୍ତେ ଆଇନର ଗଣ୍ଡି ଭିତରେ ବୋଲି ଲେଲିନ କହିଛନ୍ତି ।