ଭୁବନେଶ୍ବର: ରାଜ୍ୟର କେବିକେ, ପଶ୍ଚିମ ଓଡିଶା ଏବଂ ଦକ୍ଷିଣ ଓଡିଶାର ପ୍ରାୟ ୬ ଲକ୍ଷ ଗରିବ ଆଦିବାସୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ, (Pradhan Mantri Awas Yojana Rural) ଅଧୀନରେ ଘର ପାଇବାରୁ ବଞ୍ଚିତ ଅଛନ୍ତି । ରାଜ୍ୟର ଗରିବ ଲୋକ ଘର ପାଇବାରୁ ବଞ୍ଚିତ ରଖିବାକୁ ଷଡଯନ୍ତ୍ର କରୁଛି ରାଜ୍ୟ ବିଜେପି । ଏହି ସାଂଘାତିକ ଅଭିଯୋଗ କରିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।
ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ପ୍ରେସ ବିଜ୍ଞପ୍ତି ଜାରି କରିଛି ବିଜେଡି । ବିଜେଡି ମୁଖପାତ୍ର ଲେନିନ ମହାନ୍ତି(BJD spokesperson Lenin Mohanty) କହିଛନ୍ତି ଯେ, ଓଡିଶାର ୬ ଲକ୍ଷ ପରିବାର ବିରୁଦ୍ଧରେ ରାଜ୍ୟ ବିଜେପି ନେତା ଏହି ଷଡଯନ୍ତ୍ର କରିଛନ୍ତି । ଓଡିଶାର ବିଜେପି ସାଂସଦମାନେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କୁ ଭେଟି ମିଛରେ ଦାବି କରିଥିଲେ ଯେ PMAY ଯୋଜନାରେ ଅନିୟମିତତା ହୋଇଛି ଏବଂ ୬ ଲକ୍ଷ ଘର ଆଦିବାସୀଙ୍କୁ ଦିଆଯାଇ ନାହିଁ ।