ଭୁବନେଶ୍ବର: ରାଜ୍ୟରେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ମେ 5ରୁ 19 ଯାଏଁ ଲକଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ବିଜେଡ଼ିର ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ।
ରାଜ୍ୟରେ ହୁ ହୁ ହୋଇ ସଂକ୍ରମଣ ବଢ଼ୁଥିଲା । ରାଜ୍ୟ ସରକାର ଠିକ ସମୟରେ ଠିକ ନିଷ୍ପତ୍ତି ନେଇଛନ୍ତି । ସଂକ୍ରମଣରେ ବ୍ରେକ ଲଗାଇବା ଲାଗି ରାଜ୍ୟରେ ଲକଡାଉନର ଆବଶ୍ୟକତା ଥିଲା । ସରକାର ସବୁ ଦିଗକୁ ଦେଖି ବୁଝିବିଚାରି ନିଷ୍ପତ୍ତି ନେଇଛନ୍ତି ।