ସୁନ୍ଦରଗଡ:ଜିଲ୍ଲା ବିଜୁଜନତା ଦଳ ପକ୍ଷରୁ ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦର ଆନ୍ଦୋଳନ । ନବୀନ ବାବୁଙ୍କ ନିର୍ଦ୍ଦେଶ କ୍ରମେ ସାରା ରାଜ୍ୟରେ ବିଜୁ ଜନତା ଦଳର ମହିଳାମାନେ ଏହି ପ୍ରସଙ୍ଗ ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲା । ତେବେ ଆଜି ଏହି ବିରୁଦ୍ଧାଭାସରେ ବିଜୁ ମିହିଳାଙ୍କ ସହ ବିଜୁ ଯୁବ ଓ ଛାତ୍ର ଜନତା ଦଳ ଯୋଡିଛି । ସୁନ୍ଦରଗଡରେ ଏହାର ବେଶ ପ୍ରଭାବ ପଡିଛି । ତେବେ ଏଥିରେ ଯଦି କେନ୍ଦ୍ର ସରକାର ସୁଧାର ନ ଆଣନ୍ତି ତେବେ ଏହି ଆନ୍ଦୋଳନ ଜୋରଦାର ହେବ , ଏଥିରେ ସମସ୍ତ ବର୍ଗର ଲୋକେ ମିଶିବେ। ଦରକାର ପଡିଲେ ଦିଲ୍ଲୀ ଦରବାରରେ ଆନ୍ଦୋଳନ ହେବ ସେଥିପାଇଁ ମୋଦି ଦାୟୀ ରହିବେ ବୋଲି ବିକ୍ଷୋଭକାରୀ ମାନେ ଚେତାବନୀ ଦେଇଛନ୍ତି ।
ସୁନ୍ଦରଗଡ ମ୍ୟନିସିପାଲିଟି କାର୍ଯ୍ୟାଳୟ ସମ୍ମୁଖରେ ମହିଳାମାନେ ଗ୍ୟାସ ସିଲିଣ୍ଡିରକୁ ଧଳା ଲୁଗାରେ ଢାଙ୍କି ତାକୁ ମୃତ ବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗ୍ୟାସ ଯୋଜନାକୁ ମୃତ ଘୋଷାଣ କରିବା ସହ କାଠ ଓ ମାଟି ଚୂଲିକୁ ଆପଣେଇଛନ୍ତି । ଏମାନେ ବିକ୍ଷୋଭ ପ୍ରଦର୍ଶନ କରିବାସହ ମାନ୍ୟବର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସଦର ବିଡିଓ ଓ ସୁନ୍ଦରଗଡ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସ୍ମାରକ ପତ୍ର ଦେବା ସହ ରାଷ୍ଟ୍ରପତିଙ୍କ ସୁଚିନ୍ତିତ ପଦକ୍ଷେପ ଦାବି କରିଛନ୍ତି । ବିଜୁ ଜନତା ଦଳର ଏହି ବିକ୍ଷୋଭ ସଭାରେ ସୁନ୍ଦରଗଡର ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ରାଜ୍ୟ ସଂପାଦକ ଯୋଗେଶ କୁମାର ସିଂ , ରାଜ୍ୟ ମହିଳା ଉପସଭାପତି ସୁନିତା ବିଶ୍ବାଳ, ସୁନ୍ଦରଗଡ ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ରଞ୍ଜନା ପଣ୍ଡା, ବ୍ଲକ ଉପାଧ୍ୟକ୍ଷ ଅଶ୍ଵିନୀ କୁମାର ନାଏକ, ପୂର୍ବତନ ଉପାଧ୍ୟକ୍ଷ ଜିତେନ୍ଦ୍ରିୟ କର, ଆଇନଜୀବି ସାମ୍ମୁଖ୍ୟ ଜିଲ୍ଲା ଆବାହକ ଅଶୋକ କୁମାର ସ୍ବାଇଁ ପ୍ରମୁଖ ଯୋଗଦେଇଥିଲେ ।
ସୁନ୍ଦରଗଡରୁ ହରିହର ଦାସମହାପାତ୍ର, ଇଟିଭି ଭାରତ