ଓଡିଶା

odisha

ETV Bharat / city

ନବୀନଙ୍କୁ ମିଳିବ ଆୱାର୍ଡ, ଦିଲ୍ଲୀ ଓ ଭୁବନେଶ୍ବରରେ ଶକ୍ତି ପ୍ରଦର୍ଶନ କରିବ ବିଜେଡି - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆସନ୍ତା ୬ ତାରିଖରେ ଓଡିଶା ଫେରିବେ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବା ଆଳରେ ରାଜଧାନୀ ଦିଲ୍ଲୀ ଓ ଭୁବନେଶ୍ବରରେ ଶକ୍ତି ପ୍ରଦର୍ଶନ କରିବ ବିଜେଡି । ଅଧିକ ପଢନ୍ତୁ

ନବୀନଙ୍କୁ ମିଳିବ ଆୱାର୍ଡ, ଦିଲ୍ଲୀ ଓ ଭୁବନେଶ୍ବରରେ ଶକ୍ତି ପ୍ରଦର୍ଶନ କରିବ ବିଜେଡି
ନବୀନଙ୍କୁ ମିଳିବ ଆୱାର୍ଡ, ଦିଲ୍ଲୀ ଓ ଭୁବନେଶ୍ବରରେ ଶକ୍ତି ପ୍ରଦର୍ଶନ କରିବ ବିଜେଡି

By

Published : Sep 1, 2022, 7:20 AM IST

ଭୁବନେଶ୍ବର: ଆସନ୍ତା 4 ତାରିଖରେ 'ଜୀବନବ୍ୟାପୀ ସାଧନା ସମ୍ମାନ' (Lifetime Achievement Award)ରେ ସମ୍ମାନିତ ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ମାନିତ ହୋଇ 6 ତାରିଖରେ ଓଡ଼ିଶା ଫେରିବେ ବିଜେଡି ସୁପ୍ରିମୋ । ତେବେ ଦିଲ୍ଲୀ ଦରବାର ଓ ଭୁବନେଶ୍ବର ବିମାନ ବନ୍ଦରରେ ଭବ୍ୟ ସ୍ବାଗତ କରିବା ଆଳରେ ଶକ୍ତି ପ୍ରଦର୍ଶନ କରିବ ବିଜେଡି । ଏନେଇ ଦଳ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ସମସ୍ତ ବ୍ୟବସ୍ଥା କରିବା ପାଇଁ ଏକାଧିକ ହେବିୱେଟ ବିଧାୟକଙ୍କୁ ଦାୟିତ୍ବ ଦିଆଯାଇଛି ।

ଅନ୍ୟପଟେ ରାଜ୍ୟ ବିଜେପିର ନୂଆ ପ୍ରଭାରୀ ସୁନୀଲ ବଂଶଲ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ । ସେପ୍ଟେମ୍ବର 5 ଓ 6 ତାରିଖରେ ସେ ରାଜ୍ୟରେ ରହି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ । ସେପ୍ଟେମ୍ବର ମାସରୁ ରାଜ୍ୟ ବିଜେପି ଆକ୍ଟିଭ ମୁଡକୁ ଆସିବ ବୋଲି ଦଳର ବରିଷ୍ଠ ନେତା ଖୋଲାଖୋଲି ଘୋଷଣା କରିଛନ୍ତି । ରାଜ୍ୟ ବିଜେପିକୁ ମାନସିକ ଭାବେ ଚାପରେ ରଖିବା ଲାଗି ଠିକ ଏହି ସମୟରେ ବିଜେଡି ଶକ୍ତି ପ୍ରଦର୍ଶନ କରିବାକୁ ଯୋଜନା କରିଛି । ପଲିଟିକାଲ କ୍ୟାପିଟାଲ ଦିଲ୍ଲୀ ଓ ଭୁବନେଶ୍ବରରେ ବିଜୁ ଜନତା ଦଳ ଶକ୍ତି ପ୍ରଦର୍ଶନ କରିବ । ଦିଲ୍ଲୀରେ ପ୍ରାୟ 5 ହଜାର ଲୋକଙ୍କୁ ନେଇ ନବୀନଙ୍କୁ ସମ୍ବର୍ଦ୍ଧିତ ଆଳରେ କେନ୍ଦ୍ରୀୟ ବିଜେପିକୁ କଡା ବାର୍ତ୍ତା ଦେବାକୁ ପ୍ରୟାସ କରିବ ବିଜେଡି । ଏହା ସହ ଭୁବନେଶ୍ବରରେ ନବୀନଙ୍କୁ ସ୍ବାଗତ କରିବା ଆଳରେ ବିଜେଡି ପ୍ରାୟ 50 ହଜାର କର୍ମୀଙ୍କୁ ଏକଜୁଟ କରି ବିଶାଳ ଶୋଭାଯାତ୍ରା କରିବାକୁ ଯୋଜନା କରିଛି ।

ଏହାମଧ୍ୟ ପଢନ୍ତୁ:ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ଏଥିପାଇଁ ଦଳ ପକ୍ଷରୁ କିଛି ବିଧାୟକଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇ ଦିଲ୍ଲୀ ପଠାଯାଇଛି । ଦିଲ୍ଲୀରେ କାର୍ଯ୍ୟକ୍ରମର ଅନୁମତି, ଅନ୍ୟାନ୍ୟ ବ୍ୟବସ୍ଥା କରିବା ସହ ଶକ୍ତି ପ୍ରଦର୍ଶନ ଲାଗି ଲୋକବଳ ଯୋଗାଡ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ସମ୍ବର୍ଦ୍ଧିତ ହେବା ପରେ ସେଠାରେ ଲୋକଙ୍କୁ ଏକଜୁଟ କରି ନବୀନଙ୍କୁ ସ୍ବାଗତ କରାଯିବାର ଯୋଜନା କରିଛି ଦଳ । ଏଥିପାଇଁ ସାଂସଦ, ବିଧାୟକ ଓ ଦଳର ଯୁବ, ଛାତ୍ର, ମହିଳା କର୍ମକର୍ତ୍ତାଙ୍କୁ ଦିଲ୍ଲୀ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ 6 ତାରିଖରେ ନବୀନଙ୍କୁ ବିମାନ ବନ୍ଦରରେ ଭବ୍ୟ ସ୍ବାଗତ କରାଯିବ । ସ୍ବାଗତ କାର୍ଯ୍ୟକ୍ରମରେ ସାମିଲ ହେବା ଲାଗି ଜିଲ୍ଲାରୁ କର୍ମକର୍ତ୍ତାଙ୍କୁ ଭୁବନେଶ୍ବର ଆଣିବା ବ୍ୟବସ୍ଥା କରିବା ପାଇଁ ବିଧାୟକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ 4 ତାରିଖରେ ଲାଇଫଟାଇମ ଆଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ କରାଯିବ । ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଏନ.ଭି ରମଣା ଏହି ସମ୍ମାନ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିବେ । ନୂଆଦିଲ୍ଲୀ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଦୃଢ ନେତୃତ୍ବ ଓ ଉଲ୍ଲେଖନୀୟ ବିକାଶମୂଳକ କାର୍ଯ୍ୟ ପାଇଁ ନବୀନଙ୍କୁ ଆୱାର୍ଡ ମିଳିବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details