ନୂଆଦିଲ୍ଲୀ: ରାଜ୍ୟସଭାରେ କୁଡୁମୀ (ମହାନ୍ତ) ସମ୍ପ୍ରଦାୟକୁ ଏସଟି ଶ୍ରେଣୀଭୁକ୍ତ କରିବାକୁ ଦାବି କରିଛନ୍ତି ବିଜେଡି ସାଂସଦ ମମତା ମହାନ୍ତ । ସେ ରାଜ୍ୟସଭାର ଶୂନ୍ୟକାଳରେ ଏହି ଦାବି କରିଛନ୍ତି । ରାଜ୍ୟସଭାକୁ ପ୍ରଥମ ଥର ନିର୍ବାଚିତ ହୋଇଯାଇଥିବା ମହାନ୍ତ ଗୃହରେ ଆଜି ନିଜର ପ୍ରଥମ ଦାବି ରଖିଛନ୍ତି ।
କୁଡୁମୀ ସମ୍ପ୍ରଦାୟକୁ ଏସଟି ଶ୍ରେଣୀଭୁକ୍ତ କରିବାକୁ ବିଜେଡି ସାଂସଦଙ୍କ ଦାବି - Kudumi community be classified as ST
ବୁଧବାର ରାଜ୍ୟସଭାରେ କୁଡୁମୀ ସମ୍ପ୍ରଦାୟଙ୍କୁ ଏସଟି ଶ୍ରେଣୀଭୁକ୍ତ କରିବାକୁ ବିଜେଡି ପକ୍ଷରୁ ଦାବି ହୋଇଛି । ଶୂନ୍ୟକାଳରେ ଏହି ଦାବି ଉଠାଇଛନ୍ତି ବିଜେଡି ସାଂସଦ ମମତା ମହାନ୍ତ । ଅଧିକ ପଢନ୍ତୁ...
କୁଡୁମୀ ସମ୍ପ୍ରଦାୟକୁ ଏସଟି ଶ୍ରେଣୀଭୁକ୍ତ କରିବାକୁ ବିଜେଡି ସାଂସଦଙ୍କ ଦାବି
ଓଡିଶା ସମେତ ପଶ୍ଚିମବଙ୍ଗ, ଝାଡଖଣ୍ଡରେ ଅନେକ କୁଡୁମୀ ସମ୍ପ୍ରଦାୟ ଲୋକ ରହୁଥିବାବେଳେ ସେମାନଙ୍କୁ ଏସଟି ଶ୍ରେଣୀଭୁକ୍ତ କରିବାକୁ ସେ ଦାବି କରିଛନ୍ତି । ଅନେକ ଦିନ ହେବ କୁଡୁମୀ ସମ୍ପ୍ରଦାୟ ଏସଟିରେ ଅନ୍ତଭୁକ୍ତ ହେବାକୁ ଦାବି କରୁଥିବାବେଳେ ସେମାନଙ୍କ ଦାବିକୁ ଗ୍ରହଣ କରି ସରକାର ଏଥିପ୍ରତି ଧ୍ୟାନ ଦେବା ଦରକାର ବୋଲି ସେ କହିଛନ୍ତି ।
ସୂଚନା ଥାଉକି, 1950 ମସିହା ସେପ୍ଟେମ୍ବର 6 ତାରିଖ ଯାଏ କୁଡୁମୀ ସମ୍ପ୍ରଦାୟ ଏସଟି ତାଲିକାଭୁକ୍ତ ଥିଲା ।