ନୂଆଦିଲ୍ଲୀ: ରାଜ୍ୟସଭାରେ ବିଜେଡି ଉଠାଇଲା ୩୩% ମହିଳା ସଂରକ୍ଷଣ ଦାବି । ଲୋକସଭାରେ 33 ପ୍ରତିଶତ ସଂରକ୍ଷଣ କରିବାକୁ ବଜେଡି ଦାବି କରିଛି । ଏନେଇ ରାଜ୍ୟସଭାରେ ବିଜେଡି ସାଂସଦ ସସ୍ମିତ ପାତ୍ର ଦାବି କରିଛନ୍ତି ।
ଏହାସହ ମହିଳାଙ୍କୁ ସଶକ୍ତ କରିବାକୁ ଓଡିଶାରେ ଚାଲିଥିବା ମହିଳା ସଶକ୍ତୀକରଣ ଯୋଜନା ପରି କେନ୍ଦ୍ର ସରକାର କିଛି ପଦକ୍ଷେପ ନେବାକୁ ସେ କହିଛନ୍ତି । ଏହି ଯୋଜନାରେ ରାଜ୍ୟରେ 80 ଲକ୍ଷ ମହିଳା ସଶକ୍ତୀକରଣ ହୋଇଛନ୍ତି ବୋଲି ସେ ଦର୍ଶାଇଛନ୍ତି । ତେଣୁ ଏହାକୁ ମଡେଲ ଭାବେ ଗ୍ରହଣ କରି କେନ୍ଦ୍ର ସରକାର ଏପରି କରିବା ଦରକାର ବୋଲି ସସ୍ମିତ କହିଛନ୍ତି ।