ଓଡିଶା

odisha

ETV Bharat / city

ଆସନ୍ତାକାଲି ବସିବ ବିଜେଡି ବିଧାୟକ ଦଳ ବୈଠକ

ଆସନ୍ତାକାଲି ନବୀନ ବିଜେଡି ବିଧାୟକ ଦଳ ନେତା ବଛାଯିବେ । ଦଳୀୟ କାର୍ଯ୍ୟାଳୟରେ ବସିବ ବୈଠକ । ଏହାପୂର୍ବରୁ ନବୀନ ନିବାସରେ ବିଜୟୀ ପ୍ରାର୍ଥୀଙ୍କ ଭିଡ଼ ।

By

Published : May 25, 2019, 9:30 PM IST

ଫଟୋ: ଟ୍ବିଟର

ଭୁବନେଶ୍ବର: ଆସନ୍ତାକାଲି ବସିବ ବିଜେଡି ବିଧାୟକ ଦଳ ବୈଠକ । ବୈଠକରେ ସଭାପତି ନବୀନ ପଟ୍ଟନାୟକଙ୍କୁ ବିଧାୟକ ଦଳର ନେତା ଭାବେ ବଛାଯିବ । ଏହାପୂର୍ବରୁ ବିଜୟୀ ପ୍ରାର୍ଥୀମାନେ ଆସି ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସ ଠାରେ ଭେଟିବାରେ ଲାଗିଛନ୍ତି ।

କାଲି ସକାଳେ ପ୍ରଥମେ ବିଜୟୀ ସାଂସଦମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବେ । ଏହାପରେ ଦଳୀୟ କାର୍ଯ୍ୟାଳୟ ଠାରେ ବସିବ ବିଧାୟକ ଦଳ ବୈଠକ । ସର୍ବସମ୍ମତ କ୍ରମେ ନବୀନଙ୍କୁ ନେତା ବୋଲି ସମସ୍ତେ ମାନିବେ । ଏହାପରେ ଅର୍ଥାତ 27ରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ରାଜ୍ୟପାଳଙ୍କ ନିକଟକୁ ଯାଇ ସରକାର ଗଠନ ଦାବି କରିବ ବିଜେଡି ।

ଭିିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

29 ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ସହ କ୍ୟାବିନେଟ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି ।
ସେପଟେ ଦିନ ତମାମ ଆଜି ନବୀନ ନିବାସ ଥିଲା ଚଳଚଞ୍ଚଳ । ବିଜୟୀ ବିଧାୟକ ଓ ସାଂସଦମାନେ ଯାଇ ନବୀନଙ୍କୁ ଦେଖାକରି ଅଭିନନ୍ଦନ ଜଣାଉଥିଲେ । ଏଥିସହ ନିଜର ଆନୁଗତ୍ୟ ଦେଖାଇଥିଲେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details