ଭୁବନେଶ୍ବର:ଚାଷୀଙ୍କ ମଣ୍ଡି ସମସ୍ୟା ସମ୍ପର୍କରେ ବିଜେପିର ପ୍ରତିବାଦକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ । ବିଜେପି ନିଜ ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ଏହି ପ୍ରତିବାଦ କରୁଛି ବୋଲି ସେ କହିଛନ୍ତି । ଧାନ ଉଠାଇବା ପାଇଁ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ଗାଇଡଲାଇନର ସମୟ ଶେଷ ହୋଇଛି । ସରକାର ଗାଇଡ଼ଲାଇନକୁ ବଢାନ୍ତୁ ବୋଲି ସେ ଦାବି କରିଛନ୍ତି ।
କେନ୍ଦ୍ର ସରକାର ଜାରି କରିଥିବା ଗାଇଡଲାଇନ ଅନୁସାରେ ମଣ୍ଡିରୁ ଧାନ ସଂଗ୍ରହ କରାଯାଉଛି । ରାଜ୍ୟ ସରକାର ଚାହିଁଲେ ବି ଏହି ଗାଇଡଲାଇନକୁ ବୃଦ୍ଧି କରିପାରିବେ ନାହିଁ । ଏଣୁ ବିଜେପି ନେତାମାନେ ଗାଇଡଲାଇନ ସମୟସୀମାକୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାରଙ୍କୁ କୁହନ୍ତୁ ବୋଲି ବିଧାୟିକା କହିଛନ୍ତି । ବିଜେପି କେବଳ ପ୍ରଚାର ପ୍ରସାର ପାଇଁ ଏଭଳି କରୁଛି । ଲୋକଙ୍କ ମନରେ ଥିବା ଦରଦାମ ବୃଦ୍ଧି ପ୍ରସଙ୍ଗକୁ ହଟାଇବା ପାଇଁ ବିଜେପି ପ୍ରତିବାଦ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି ।