ଭୁବନେଶ୍ବର:ପିପିଲି ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟରେ ବଢୁଛି ନିର୍ବାଚନୀ ହିଂସା । ଏହି ନିର୍ବାଚନକୁ ନେଇ ହାତାହାତି ହୋଇଛନ୍ତି ବିଜେପି ଓ ବିଜେଡି । ଏହି ମାରପିଟ କାଣ୍ଡକୁ ନେଇ ବିଜେଡିର 5 ଜଣିଆ ଟିମ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି ।
ପିପିଲିର ନିର୍ବାଚନୀ ତାତି ରାଜଧାନୀରେ ଉଷ୍ମତା ଭରୁଛି । ଆଉ ନିର୍ବାଚନୀ ହିଂସାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି । ପିପିଲିରେ ନିର୍ବାଚନୀ ହିଂସା ପ୍ରସଙ୍ଗକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡିର 5 ଜାଣିଆ ଟିମ ସୁଲତା ଦେଓ, ଶ୍ରୀମୟି ମିଶ୍ର, ସାଂସଦ ସୁଜିତ କୁମାର, ସସ୍ମିତ ପାତ୍ର ଓ ଲେନିନ ମହାନ୍ତି CEOଙ୍କୁ ଭେଟିଛନ୍ତି । ଏହି ମାରପିଟ ପରେ ବିଜେଡି କର୍ମୀମାନେ ରକ୍ତମୁଖା ହୋଇଛନ୍ତି ବୋଲି CEOଙ୍କୁ ଭେଟିବା ପରେ ବିଜେଡି ସାଂସଦ ସସ୍ମିତ ପାତ୍ର ପ୍ରତିକ୍ରିୟା ରଖିଛନ୍ତି ।