ଓଡିଶା

odisha

ETV Bharat / city

ପାଟକୁରାରେ ବିଜେଡି ଭିଡ, ବିଜେପି ଆଣିଲା ଅଭିଯୋଗ - ପାଟକୁରା ନିର୍ବାଚନ

ପାଟକୁରା ନିର୍ବାଚନ ପାଇଁ ଏବେ ପୁଣିଥରେ ସରଗରମ ହୋଇଉଠିଛି ରାଜ୍ୟ ରାଜନିତୀ । ସରକାରୀ ଦଳ ନେତାଙ୍କ ଭିଡ ଜମୁଛି ପାଟକୁରାରେ ସେପଟେ ବିଧାନସଭା ପ୍ରଶ୍ନକାଳରେ ଉତ୍ତର ରଖିବାକୁ ଗୃହରେ ମନ୍ତ୍ରୀଙ୍କ ଅନୁପସ୍ଥିତିକୁ ବିରୋଧ କରିଛି ବିଜେପି । ଆଚରଣ ବିଧି ଉଲଙ୍ଘନ ଅଭିଯୋଗରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି ବିଜେପି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Jul 17, 2019, 8:33 PM IST

Updated : Jul 17, 2019, 9:13 PM IST

ଭୁବନେଶ୍ବର: 19ରେ ହେବ ବହୁପ୍ରତିକ୍ଷିତ ପାଟକୁରା ନିର୍ବାଚନ, ଏନେଇ ରାଜ୍ୟ ବିଜେପି ପକ୍ଷରୁ ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି । ପାଟକୁରାରେ ନିର୍ବାଚନ ଆଚରଣ ବିଧି ଉଲଙ୍ଘନ ହେଉଥିବା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ପାଟକୁରାରେ ହେଉଥିବା ଉପ ନିର୍ବାଚନ ପାଇଁ ବିଜେଡିର ୨୧ ମନ୍ତ୍ରୀରୁ ମାତ୍ର ୮ଜଣ ମନ୍ତ୍ରୀ ଉପସ୍ଥିତ ରହିଛନ୍ତି ବିଧାନସଭାରେ । ଏହା ସହ ପ୍ରଶ୍ନ କାଳରେ ଜଣେ ମନ୍ତ୍ରୀ ଅନ୍ୟ ଜଣଙ୍କ ଉତ୍ତର ଦେଉଛନ୍ତି । କେବଳ ସେତିକି ନୁହେଁ ପାଟକୁରାରେ ବିଜେଡି ଖୁଲମଖୁଲା ଟଙ୍କା ବାଣ୍ଟୁଛି ବୋଲି ବିଜେପି ଅଭିଯୋଗ କରିଛି ।

ସରକାରୀ ଯୋଜନା ଗୁଡିକୁ ମଧ୍ୟ ଏବେ ବଣ୍ଟନ କରାଯାଉଛି, ଯାହା ଆଚରଣ ବିଧିର ଉଲଙ୍ଘନ ବୋଲି କହିଛି ବିଜେପି । ବିଜେଡି ଏବେ ସର୍ବଗିଳା ପଣ ଆପଣେଇଛି । ସମସ୍ତ ଗଣତାନ୍ତ୍ରିକ ପଦ୍ଧତିକୁ ହତ୍ୟା କରୁଛନ୍ତି ବୋଲି ବିଜେପି ନେତା ବିଷ୍ଣୁ ସେଠୀ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Jul 17, 2019, 9:13 PM IST

ABOUT THE AUTHOR

...view details