ଓଡିଶା

odisha

ETV Bharat / city

Justice For Mamita: ପ୍ରତାପ କହିଲେ ଗୋବିନ୍ଦ ସପକ୍ଷରେ କେସ୍‌ ଲଢୁଛନ୍ତି BJP ନେତା

ମମିତା ମେହେର ହତ୍ୟାକାଣ୍ଡ ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି । କେତେବେଳେ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ବଞ୍ଚେଇବା ପାଇଁ ଶାସକ ଦଳ ନେତା ସହଯୋଗ କରୁଥିବା ବିରୋଧୀ ଅଭିଯୋଗ କରୁଛନ୍ତି । ଅଧିକ ପଢ଼ନ୍ତୁ

Justice For Mamita: ପ୍ରତାପ କହିଲେ ଗୋବିନ୍ଦ ସପକ୍ଷରେ କେସ୍‌ ଲଢ଼ୁଛନ୍ତି ବିଜେପି ନେତା
Justice For Mamita: ପ୍ରତାପ କହିଲେ ଗୋବିନ୍ଦ ସପକ୍ଷରେ କେସ୍‌ ଲଢ଼ୁଛନ୍ତି ବିଜେପି ନେତା

By

Published : Dec 7, 2021, 9:50 PM IST

ଭୁବନେଶ୍ବର: ମମିତା ମେହେର ହତ୍ୟାକାଣ୍ଡ ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି । କେତେବେଳେ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ବଞ୍ଚେଇବା ପାଇଁ ଶାସକ ଦଳ ନେତା ସହଯୋଗ କରୁଥିବା ବିରୋଧୀ ଅଭିଯୋଗ କରୁଛନ୍ତି । ଆଉ କେତେବେଳେ ଅଭିଯୁକ୍ତ ଗୋବିନ୍ଦଙ୍କୁ ମାମଲାରୁ ମୁକ୍ତ କରିବା ପାଇଁ ବିଜେପି ନେତା ସହଯୋଗ କରୁଥିବା ନେଇ ଅଭିଯୋଗ କରୁଛି ଶାସକ ଦଳ ।

Justice For Mamita: ପ୍ରତାପ କହିଲେ ଗୋବିନ୍ଦ ସପକ୍ଷରେ କେସ୍‌ ଲଢ଼ୁଛନ୍ତି ବିଜେପି ନେତା

ବିଜେପି ନେତା ମୋହନ ଲାଲ୍‌ ଶର୍ମା କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ଗୋବିନ୍ଦ ସପକ୍ଷରେ କେସ୍‌ ଲଢୁଥିବା ନେଇ ପ୍ରମାଣ ଦେଇଛି ଶାସକ ଦଳ ବିଜେଡି । ବିଜେଡିର ବରିଷ୍ଠ ମୁଖପାତ୍ର ପ୍ରତାପ ଦେବ ଏନେଇ ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ ଟାର୍ଗେଟ କରିଛନ୍ତି । ମମିତା ମେହେର ଘଟଣାକୁ ନେଇ ତୁମ୍ବିତୋଫାନ କରୁଛି ବିଜେପି । ଏଭଳି ଏକ ସମ୍ବେଦନଶୀଳ ମାମଲାରେ ରାଜନୈତିକ ଫାଇଦା ହାସଲ ପାଇଁ ବିଧାନସଭା ଭିତରେ ଓ ବାହାର ନାଟକବାଜି କରୁଛି । ହେଲେ ସେପଟେ ମମିତା ହତ୍ୟା ମାମାଲରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ବଞ୍ଚାଇବା ଲାଗି ବିଜେପି ନେତାମାନେ ସାଙ୍ଘାତିକ ଷଡଯନ୍ତ୍ର କରିଛନ୍ତି । ଦଳର ଜଣେ ସକ୍ରିୟ ସଦସ୍ୟ ତଥା ଜଣାଶୁଣା ନେତା ମୋହନ ଲାଲ୍‌ ଶର୍ମାଙ୍କୁ କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ଗୋବିନ୍ଦ ସପକ୍ଷରେ କେସ୍‌ ଲଢ଼ାଉଛନ୍ତି ବୋଲି କହିଛନ୍ତି ପ୍ରତାପ ଦେବ ।

Justice For Mamita: ପ୍ରତାପ କହିଲେ ଗୋବିନ୍ଦ ସପକ୍ଷରେ କେସ୍‌ ଲଢ଼ୁଛନ୍ତି ବିଜେପି ନେତା

ଏଥିରୁ ବିଜେପି ନେତାଙ୍କ ଅସଲ ଚେହାରା ପଦାରେ ପଡ଼ିଯାଇଛି । ମମିତାଙ୍କୁ ନ୍ୟାୟ ପାଇଁ ଚିତ୍କାର କରୁଥିବା ବିଜେପି ନେତାମାନେ କେବଳ ଯେ ହୀନ ରାଜନୈତିକ ସ୍ବାର୍ଥ ହାସଲ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ତାହା ସ୍ପଷ୍ଟ ହୋଇଯାଇଛି । ଏହି ଜଘନ୍ୟ ମାମଲାରେ ଗୋବିନ୍ଦଙ୍କ ଓକଲ ସାଜିଥିବା ମୋହନ ଲାଲ୍‌ ଶର୍ମା କଣ୍ଟାବାଞ୍ଜିରେ ବିଜେପିର ଜନ ସମ୍ପର୍କ ଯାତ୍ରାଠୁ ଆରମ୍ଭ କରି ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରନ୍ତି । ୨୦୧୯ ନିର୍ବାଚନରେ କଣ୍ଟାବାଞ୍ଜିରୁ ବିଜେପି ପ୍ରାର୍ଥୀ ହେବା ଲାଗି ମଧ୍ଯ ସେ ଦୌଡ଼ରେ ଥିଲେ । ଏହାଛଡ଼ା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପିର ପୂର୍ବତନ ସଭାପତି ବସନ୍ତ ପଣ୍ଡା ଏବଂ ଦଳର ଅନ୍ୟ ବରିଷ୍ଠ ନେତାଙ୍କର ଘନିଷ୍ଠ ଭାବେ ସେ ବେଶ୍‌ ଜଣାଶୁଣା । ତାଙ୍କ ଭଳି ଦଳର ଜଣେ ସକ୍ରିୟ ନେତାଙ୍କୁ ଗୋବିନ୍ଦ ସାହୁଙ୍କୁ ବଞ୍ଚାଇବା ଲାଗି ବିଜେପିର ବରିଷ୍ଠ ନେତାମାନେ ନିୟୋଜିତ କରିବା ପଛରେ ଯେ ଏକ ବଡ଼ ଷଡଯନ୍ତ୍ର ରହିଛି । ତାହା ଜଳଜଳ ଦିଶିଯାଉଛି ବୋଲି କହିଛନ୍ତି ପ୍ରତାପ ଦେବ ।

Justice For Mamita: ପ୍ରତାପ କହିଲେ ଗୋବିନ୍ଦ ସପକ୍ଷରେ କେସ୍‌ ଲଢ଼ୁଛନ୍ତି ବିଜେପି ନେତା



ମମିତା ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ରହିଛି ବୋଲି ଅଭିଯୋଗ କରୁଥିବା ବିଜେପି ସେ ବାବଦରେ କୌଣସି ପ୍ରମାଣ ଦେଇପାରୁନାହିଁ । ଅଥଚ ଅଭିଯୁକ୍ତ ଗୋବିନ୍ଦକୁ ଫାଶୀଦଣ୍ଡରୁ ରକ୍ଷା କରିବାକୁ ପ୍ରମାଣ ଯୋଗାଡ଼ କରି ତଦନ୍ତକୁ ଦଗହରା କରିବାକୁ ବିଜେପି ଅପଚେଷ୍ଟା କରୁଛି ବୋଲି ପ୍ରତାପ କହିଛନ୍ତି । ପୂର୍ବରୁ ନୟାଗଡ଼ ପରୀ ହତ୍ୟା ମାମଲାରେ ମଧ୍ୟ ବିଜେପି ନେତାମାନେ ଏହି ଭଳି ହୀନ ରାଜନୀତି କରିଥିଲେ । ଏସ୍ଆଇଟି ତଦନ୍ତରୁ ଅଭିଯୁକ୍ତ ଧରା ପଡ଼ିଯିବା ପରେ ମାନ୍ୟବର ହାଇକୋର୍ଟ ତଦନ୍ତରେ ସନ୍ତୋଷ ପ୍ରକାଶ କରିଥିଲେ । ମାତ୍ର ରାଜନୈତିକ ସ୍ଵାର୍ଥ ଲାଗି ଅଭିଯୁକ୍ତକୁ ବଞ୍ଚାଇବାକୁ ସେତେବେଳେ କୋର୍ଟରେ ବଡ଼ ଓକିଲଙ୍କୁ କିଏ ନିଯୁକ୍ତ କରିଥିଲା ବୋଲି ପ୍ରଶ୍ନ କରିଛନ୍ତି ପ୍ରତାପ ଦେବ ।

Justice For Mamita: ପ୍ରତାପ କହିଲେ ଗୋବିନ୍ଦ ସପକ୍ଷରେ କେସ୍‌ ଲଢ଼ୁଛନ୍ତି ବିଜେପି ନେତା



ବାରମ୍ଵାର ଏମିତି ଶବ ଉପରେ ବିଜେପି ରାଜନୀତି କରୁଥିଲା ବୋଲି ସମସ୍ତେ ଜାଣିଥିଲେ । ମାତ୍ର ଏବେ ଅଭିଯୁକ୍ତକୁ ଖସାଇବାକୁ ଷଡ଼ଯନ୍ତ୍ର କରୁଥିବା କଥା ପଦାରେ ପଡିଯିବା ପରେ ବିଜେପି ନେତାଙ୍କ ମୁହଁରୁ ମୁଖା ଖସି ପଡ଼ିଛି । ଏହା ଅତ୍ୟନ୍ତ ଲଜ୍ଜାଜନକ ଓ ନିନ୍ଦନୀୟ । ବିଜେପି ଏ ପାପ କୋଉଠି ଧୋଇବ ତାହା ଏବେ ରାଜ୍ୟବାସୀ ପ୍ରଶ୍ନ କରୁଛନ୍ତି ବୋଲି ପ୍ରତାପ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details