ଓଡିଶା

odisha

ETV Bharat / city

ଡବଲ ମର୍ଡର ମିଷ୍ଟ୍ରି ଉପରୁ ଉଠିଲା ପରଦା, ଅନୁପଙ୍କୁ ନେଇ ତେଜିଲା ରାଜନୀତି - bjd leader anup sae

ପଦାରେ ପଡିଲା ବ୍ରଜରାଜନଗର ପୂର୍ବତନ ବିଧାୟକ ଅନୁପ ସାଏଙ୍କ ଅସଲ ଚେହେରା । ଅନୁପ ଅପରାଧି ବୋଲି ପ୍ରମାଣିତ କରିଛି ଛତିଶଗଡ଼ ପୋଲିସ । ଜଣେ ମହିଳା ଓ ତାଙ୍କର 14 ବର୍ଷିଆ ଶିଶୁକନ୍ୟାକୁ ହତ୍ୟା କରିଥିଲେ ବହିଷ୍କୃତ ବିଜେଡ଼ି ନେତା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

rrested-by-chhatishgarh-police
rrested-by-chhatishgarh-police

By

Published : Feb 14, 2020, 6:17 PM IST

ଭୁବନେଶ୍ବର: ପୂର୍ବତନ ବିଜେଡି ନେତା ଅନୁପ ସାଏଙ୍କୁ ନେଇ ରାଜନୈତିକ ମହଲରେ ତୀବ୍ର ଆଲୋଡନ। ପରକୀୟାପ୍ରୀତି ଅଭିଯୋଗରେ ମହିଳା କଳ୍ପନା ଦାସ ଓ 14 ବର୍ଷର ଶିଶୁ କନ୍ୟା ବବଲିକୁ ହତ୍ୟା କରିଥିବା ନେଇ ସ୍ବିକାର କରିଛନ୍ତି ଅନୁପ । ଏହି ଘଟଣା ସାମ୍ନାକୁ ଆସିବା ପରେ ଜୋର ଧରିଛି ରାଜ୍ୟ ରାଜନୀତି ।

ଡବଲ ମର୍ଡର ମିଷ୍ଟ୍ରି ଉପରୁ ଉଠିଲା ପରଦା, ଅନୁପଙ୍କୁ ନେଇ ତେଜିଲା ରାଜନୀତି

ବିଜେଡିର ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି କହିଛନ୍ତି, ଏହି ଘଟଣା ନେଇ ମୁଁ ପୂର୍ବରୁ ଜାଣିନଥିଲି। ଏବେ ଘଟଣା ସାମ୍ନାକୁ ଆସିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ଦଳରୁ ବିଦା କରିଛନ୍ତି । ଏଥିରେ କୌଣସି ରାଜନୈତିକ ଆକ୍ରୋଶ ନାହିଁ । କଂଗ୍ରେସ ଦଳର ସେ ବିଧାୟକ ଥିଲେ, ତେଣୁ କଂଗ୍ରେସ ଏନେଇ ଟିପ୍ପଣୀ ଦେବା ଠିକ ନୁହେଁ ବୋଲି କହିଛନ୍ତି କିଶୋର ।

ସେହିପରି ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠି କହିଛନ୍ତି, ଝାରସୁଗୁଡା ବିଜେଡିର ଫାଟ ହେବାରୁ ତାଙ୍କୁ ହଟାଇବାକୁ ଏହା ଏକ ଷଡଯନ୍ତ୍ର। ଅନ୍ୟପଟେ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା କହିଛନ୍ତି, ବିଜେଡିର ସାମିଲ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ତାଙ୍କ ରେକର୍ଡ ଦେଖିବା କଥା ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details