ଓଡିଶା

odisha

ETV Bharat / city

ବିଜେଡିର ୬ ଦିନିଆ ରକ୍ତଦାନ ଶିବିର ଆରମ୍ଭ

ଆରମ୍ଭ ହେଲା ବିଜେଡିର 6 ଦିନିଆ ରକ୍ତଦାନ ଶିବିର । ଅଧିକ ପଢନ୍ତୁ...

By

Published : Jun 9, 2021, 8:56 PM IST

ବିଜେଡିର ୬ ଦିନିଆ ରକ୍ତଦାନ ଶିବିର
ବିଜେଡିର ୬ ଦିନିଆ ରକ୍ତଦାନ ଶିବିର

ଭୁବନେଶ୍ବର:ବିଜେଡିର ୬ ଦିନିଆ ରକ୍ତଦାନ ଶିବିର । ପ୍ରତ୍ୟେକ ଜୀବନ ମୂଲ୍ୟବାନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ବାର୍ତ୍ତାକୁ ନେଇ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଓ ବିଜୁ ଯୁବ ଜନତା ଦଳର ପକ୍ଷରୁ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ବିଜେଡି କାର୍ଯ୍ୟାଳୟରେ ଏହି କାର୍ଯ୍ୟକ୍ରମରେ ଆୟୋଜନ କରାଯାଇଥିବାବେଳେ ଯୁବ କର୍ମୀଙ୍କ ସମେତ ସ୍ବେଛାକୃତ ଯୁବକମାନେ ରକ୍ତଦାନ କରିଥିଲେ ।

ବିଜେଡିର ୬ ଦିନିଆ ରକ୍ତଦାନ ଶିବିର ଆରମ୍ଭ

ତେବେ ଏହି ରକ୍ତଦାନ କାର୍ଯ୍ୟକ୍ରମ ୬ ଦିନ ଧରି ଆୟୋଜନ ହେବାକୁ ଥିବାବେଳେ ପ୍ରତ୍ୟେକ ଦିନ ଦିନରେ ୧୦୦ ୟୁନିଟ ରକ୍ତ ସଂଗ୍ରହର ଲକ୍ଷ୍ୟ ରଖାଯାଇଛି । ରକ୍ତର ଅଭାବକୁ କମ କରିବାକୁ ଦଳ ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଉଥିବାବେଳେ ଦଳର ମନ୍ତ୍ରୀ,ବିଧାୟକ ଓ ସଂସଦମାନେ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିବା ଦେଖାଯାଇଥିଲା । ଯୁବକଙ୍କୁ ମୂଲ୍ୟବାନ ଜୀବନ ପାଇଁ ଅଧିକରୁ ଅଧିକ ରକ୍ତଦାନ ପାଇଁ ପ୍ରୋତ୍ସାହିତ କରିଥିଲେ ବିଧାୟକ ଓ ସାଂସଦ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details