ଓଡିଶା

odisha

ETV Bharat / city

'ଓଡିଶା ମୋ ପରିବାର' - ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀ

ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀରେ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରାର ଅନ୍ତିମ ପର୍ଯ୍ୟାୟ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ବିଜୁ ଜନତା ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଓଡିଶା ମୋ ପରିବାର ବୋଲି କହିଛନ୍ତି ।

'ଓଡିଶା ମୋ ପରିବାର'

By

Published : Oct 30, 2019, 9:22 PM IST

ଭୁବନେଶ୍ବର: ଶାସକ ବିଜେଡି ପକ୍ଷରୁ ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀରେ ଆୟୋଜିତ ହୋଇଥିବା ଦଳୀୟ ପଦଯାତ୍ରାରେ ସାମିଲ ହୋଇଛନ୍ତି ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡିଶା ମୋ ପରିବାର। ରାଜନୀତିର ପ୍ରକୃତ ଅର୍ଥ ହେଉଛି ସେବା। ଲୋକଙ୍କ ସେବା କର, ଲୋକଙ୍କ ଦୁଃଖ ସୁଖର ଭାଗୀଦାର ହୁଅ।ଜନସାଧାରଣଙ୍କ ବିଶ୍ବାସ ଭାଜନ ହୁଅ,ଏଥିପାଇଁ ବିଜୁ ସ୍ବେଚ୍ଛାସେବୀ ସଙ୍ଗଠନ ମୋ ପରିବାର ଆରମ୍ଭ ହୋଇଛି। ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରାର ଅନ୍ତିମ ପର୍ଯ୍ୟାୟରେ କର୍ମୀଙ୍କୁ ଉଦବୋଧନ ଦେଇ ଏହା କହିଛନ୍ତି ଶାସକ ଦଳ ମୁଖିଆ।

ବିଜୁ ବାବୁ ଗରିବ ଲୋକଙ୍କ ପାଖରେ ଅସୁବିଧା ସମୟରେ ପହଞ୍ଚୁଥିଲେ, ଲୋକଙ୍କ ସେବା କରୁଥିଲେ। ନିଜେ ସକ୍ରିୟ ହୋଇ ଲୋକଙ୍କ କାମ କରିବାକୁ ବିଜେଡି କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ବିଜେଡିର ଏହା ପଦଯାତ୍ରା ନୁହେଁ ବରଂ ଏହା ହେଉଛି ବିକାଶର ଯାତ୍ରା, ପ୍ରଗତିର ଯାତ୍ରା, ଉନ୍ନତିର ଯାତ୍ରା, ଲୋକଙ୍କ ଜୟଯାତ୍ରା।

ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀରେ ଆୟୋଜିତ ପଦଯାତ୍ରାକୁ ମିନି ଓଡିଶା ସମାବେଶ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ସବୁ ବର୍ଗ ଏବଂ ସମ୍ପ୍ରଦାୟର ଲୋକେ ଏଠାରେ ଉପସ୍ଥିତି ରହି ଏହି ପଦଯାତ୍ରାକୁ ଆହୁରି ଲୋକାଭିମୁଖୀ କରିଛନ୍ତି।

'ଓଡିଶା ମୋ ପରିବାର'

1999 ମସିହାରେ ରାଜ୍ୟରେ ତାଣ୍ଡବ ସୃଷ୍ଟି କରିଥିବା ମହାବାତ୍ୟାକୁ ଚଳିତ ବର୍ଷ ୨୦ ବର୍ଷ ପୁରିଛି। ନୂତନ ଓଡ଼ିଶାର ନିର୍ମାଣ କରିବାରେ ସକ୍ଷମ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏ ପଦଯାତ୍ରା ଆଗକୁ ଆହୁରି ବ୍ୟାପକ ହେବ ବୋଲି ବିଜେଡି ଉପସଭାପତି ତଥା ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି। ଏହି ପଦଯାତ୍ରା ସଫଳ ହେବା ପଛରେ ଯାହାଙ୍କର ସ୍ବଚ୍ଛ ଶାସନ ଚାଲିଛି ସେ ହେଉଛନ୍ତି ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାରେ ବିକାଶର ଧାରା ଏମିତି ଚାଲିଥିବ ବୋଲି ବିଜେଡି ନେତ୍ରୀ ତଥା ବରିଷ୍ଠ ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି ।

ବିଜେଡି ପଦଯାତ୍ରାରେ ବିଜୁ ଜନତା ଦଳର ବରିଷ୍ଠ ନେତା, ମନ୍ତ୍ରୀ, ସାଂସଦ, ବିଧାୟକ,କର୍ମୀ ଏବଂ ଅନ୍ୟାନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ। ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ପ୍ରଦୀପ ପାଣିଗ୍ରାହୀ, ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା, ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ର, ପ୍ରମିଳା ମଲ୍ଲିକ, ଅତନୁ ସବ୍ୟସାଚୀ ନାୟକ, ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ସବୁ ସମ୍ପ୍ରଦାୟର ବରିଷ୍ଠ ନାଗରିକ ମଧ୍ୟ ଉପସ୍ଥିତ ଥିଲେ।

ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇ ଜୟପ୍ରକାଶ ନାରାୟଣ ଜୟନ୍ତୀ ପର୍ଯ୍ୟନ୍ତ ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଚାଲେ । ଚଳିତ ବର୍ଷ ଏହି ପଦଯାତ୍ରା ଅକ୍ଟୋବର ୨ରୁ ଆରମ୍ଭ ହୋଇ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ବିଜେଡି ପକ୍ଷରୁ ଘୋଷଣା କରାଯାଇଥିଲା।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details