ଭୁବନେଶ୍ବର:ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ । ସ୍ମୃତି କହିଛନ୍ତି ଯେ, ମିଶନ ଶକ୍ତିକୁ ନିର୍ବାଚନରେ ବ୍ୟବହାର କରୁଛି ଶାସକ ଦଳ ବିଜେଡି । ମିଶନ ଶକ୍ତି ନାଁରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପଞ୍ଚାୟତ ନିର୍ବାଚନ କାର୍ଯ୍ୟରେ ବ୍ୟବହାର କରୁଛି ବିଜେଡ଼ି । ଏହାକୁ ରାଜ୍ୟ ସ୍ତରରେ ମନିଟର କରାଯାଉଛି । ଶାସକ ଦଳ ସପକ୍ଷରେ ଭୋଟ ଗୋଟାଉଛନ୍ତି ମହିଳା ଗୋଷ୍ଠୀ । ମିଶନ ଶକ୍ତିର ଅଧିକାରୀ ମାନେ ବିଜେଡ଼ି ପାଇଁ ନିର୍ବାଚନୀ ପ୍ରଚାର କରୁଛନ୍ତି ।
Mission Shakti କୁ ନିର୍ବାଚନରେ ବ୍ୟବହାର କରୁଛି ବିଜେଡି: ବିଜେପି
ମିଶନ ଶକ୍ତିକୁ ନିର୍ବାଚନରେ ବ୍ୟବହାର କରୁଛି ଶାସକ ଦଳ ବିଜେଡି । ମିଶନ ଶକ୍ତି ନାଁରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପଞ୍ଚାୟତ ନିର୍ବାଚନ କାର୍ଯ୍ୟରେ ବ୍ୟବହାର କରୁଛି ବିଜେଡ଼ି । ଏଭଳି ସାଙ୍ଘାତିକ ଅଭିଯୋଗ କରିଛନ୍ତି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ । ଅଧିକ ପଢନ୍ତୁ
Mission Shakti କୁ ନିର୍ବାଚନରେ ବ୍ୟବହାର କରୁଛି ବିଜେଡି: ବିଜେପି
ଗୋଟିଏ ଗୋଷ୍ଠୀ କେତେ ଥର ପଇସା ନେଉଛି ଏବଂ କେତେ ନୂଆ ଗୋଷ୍ଠୀ ଗଠନ ହେଲା ତାହାର କୌଣସି ହିସାବ ରାଜ୍ୟ ସରକାରଙ୍କ ପାଖରେ ନାହିଁ । ଫଳରେ ଅନେକ ଗୋଷ୍ଠୀ ଟଙ୍କା ଓ ଅନ୍ୟାନ୍ୟ ସହାୟତା ପାଇବାରେ ବଞ୍ଚିତ ହେଉଛନ୍ତି । ମହିଳା ସଶକ୍ତିକରଣ କେବଳ କିଛି ନିର୍ଦ୍ଧିଷ୍ଟ ଗୋଷ୍ଠୀଙ୍କୁ ପଇସା ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯାଉଛି । ରାଜ୍ୟ ସରକାର ମହିଳାଙ୍କୁ ସଶକ୍ତ କରିବା ପାଇଁ ମିଶନ ଶକ୍ତି ଗଠନ କରିଛନ୍ତି ନା ନିର୍ବାଚନ ଜିତିବା ପାଇଁ ହାତ ବାରିଶି କରିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ