ଭୁବନେଶ୍ବର: ବିଜୁ ଜନତା ଦଳ ଏକ ରାଜନୈତିକ ଦଳ ନୁହେଁ । ତେଣୁ ଏହା କାହା ଉପରେ ନିର୍ଭର କରି ଚାଲୁନାହିଁ । ଦଳ ତିଷ୍ଠି ରହିବାକୁ ମୁଁ କିମ୍ବା କୌଣସି ନେତାଙ୍କ ଉପରେ ଏହା ନିର୍ଭରଶୀଳ ନୁହେଁ । ଏହା ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି । ପ୍ରତିଷ୍ଠା ଦିବସରେ ଏଭଳି ଏକ ଦୃଢ ଓ ଶକ୍ତିଶାଳୀ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଏହାସହ ଲୋକଙ୍କ ପାଇଁ କାମ କର । ସେମାନେ ହେଉଛନ୍ତି ଆମର ପରିବାର । ସେମାନେ ଆମକୁ ଦେଇଥିବା ଦାୟିତ୍ବ କ୍ଷମତା ନୁହେଁ ବରଂ ଆମ ପରିବାରର ସେବା ପାଇଁ ଏକ ମହାନ ସୁଯୋଗ । ଏହାକୁ ନମ୍ରତାର ସହିତ ପାଳ କରୁଛୁ । ଆଗକୁ ମଧ୍ୟ କରିବୁ ବୋଲି ଦଳୀୟ କର୍ମୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ସୁପ୍ରିମୋ ନବୀନ ।