ଭୁବନେଶ୍ବର: 2019 ନିର୍ବାଚନ ପରେ ପ୍ରଥମ ଥର ପାଇଁ ଶାସକ ଦଳ ବିଜେଡିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି। ବିଜେଡି କାର୍ଯ୍ୟକାରିଣୀରେ 9ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ପାରିତ ହୋଇଛି। ଏହାସହ 8ଟି ଅଧିନିୟମ ଓ 2ଟି ଧାରାରେ ସଂଶୋଧନ କରାଯାଇଛି। ଆୟୋଜିତ ବିଜେଡି କାର୍ଯ୍ୟକାରିଣୀରେ 80 ଜଣ କର୍ମୀ ଓ ନେତା ଉପସ୍ଥିତ ରହିଥିଲେ। ଭର୍ଚୁଆଲ ମାଧ୍ୟମରେ ଦଳର ସଭାପତି ନବୀନ ପଟ୍ଟନାୟକ ବୈଠକରେ ଅଧ୍ୟକ୍ଷତା କରିଥିଲେ।
ଏହି ବୈଠକରେ ଦଳକୁ ତୃଣମୂଳ ସ୍ତରରେ ଅଧିକ ସଂଗଠିତ କରିବାକୁ ଆଲୋଚନା ହୋଇଛି। ଏହାସହ ଲୋକଙ୍କ ପାଇଁ କାମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଦାୟିତ୍ବସମ୍ପନ୍ନ ଭାବେ କାମ କରିବାକୁ କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସ୍ବତନ୍ତ୍ର ରାଜ୍ୟ ପାହ୍ୟା ହାସଲ ପର୍ଯ୍ୟନ୍ତ ସଂଘର୍ଷ ଜାରି ରହିବ। ଚାଷୀମାନଙ୍କ ପାଇଁ ନୂଆ କୃଷି ନୀତି ସହିତ ବିକାଶ ଜାରି ରହିଛି। ଚାଷୀଙ୍କୁ ସର୍ବନିମ୍ନ ଏମ ଏସ ପିକୁ ନେଇ ଆଶଙ୍କାରେ ରହିଛି ବିଜେଡି ।
ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦେବା ଓ ମହିଳା 8ଟି ଅଧିନିୟମ ଓ ଦୁଇଟି ଧାରାରେ ପରିବର୍ତ୍ତନ କରିଛି ବିଜେଡି। ଲୋକସଭାରେ ମହିଳାମାନଙ୍କର 33 ପ୍ରତିଶତ ସଂରକ୍ଷଣ ଦାବି କରିବ ବିଜେଡି। ବାଧକ ସତ୍ତ୍ବେ କେନ୍ଦ୍ରୀୟ ଅବହେଳା ବିରୋଧରେ ଲଢ଼େଇ ଜାରି ରହିବ। ବର୍ତ୍ତମାନ ଦଳ ସଦସ୍ୟ ସଂଖ୍ୟା 1 କୋଟି 9 ଲକ୍ଷ 80 ହଜାରରେ ପହଞ୍ଚିଛି। ପ୍ରବାସୀମାନେ ଅନଲାଇନରେ ବିଜେଡି ସଦସ୍ୟ ହୋଇପାରିବେ। ଦଳ ଆହୁରି ୫୦ ବର୍ଷ ଶାସନ କରିବ, ବିଜେଡି ଏଥିପାଇଁ ସମ୍ଭାବନା ସୃଷ୍ଟି କରିଛି ।