ଓଡିଶା

odisha

ETV Bharat / city

ଗ୍ରାମୀଣ ଗୃହ ନିର୍ମାଣ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ଉତ୍ତର ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ: ବିଜେଡି - ଗ୍ରାମୀଣ ଗୃହ ନିର୍ମାଣ ପ୍ରସଙ୍ଗରେ ସସ୍ମିତଙ୍କ ପ୍ରତିକ୍ରିୟା

ଓଡିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ଜୋର ଧରିଛି ରାଜନୀତି । ଏହି ପ୍ରସଙ୍ଗରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ ସ୍ୱାଧୀ ନିରଞ୍ଜନ ଜ୍ୟୋତିଙ୍କ ମନ୍ତବ୍ୟନେଇ କଡା ବିଜେଡିର କଡା ସମାଲୋଚନା । କେନ୍ଦ୍ରମନ୍ତ୍ରୀଙ୍କ ଉତ୍ତର ବିଭ୍ରାନ୍ତିକର ଏବଂ ପକ୍ଷପାତିତାକୁ ଦର୍ଶାଉଛି ବୋଲି କହିଲେ ବିଜେଡି ସାଂସଦ ସସ୍ମିତ ପାତ୍ର । ଅଧିକ ପଢନ୍ତୁ...

ଗ୍ରାମୀଣ ଗୃହ ନିର୍ମାଣ ପ୍ରସଙ୍ଗ; କେନ୍ଦ୍ରମନ୍ତ୍ରୀଙ୍କ ଉତ୍ତର ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ: ବିଜେଡି
ଗ୍ରାମୀଣ ଗୃହ ନିର୍ମାଣ ପ୍ରସଙ୍ଗ; କେନ୍ଦ୍ରମନ୍ତ୍ରୀଙ୍କ ଉତ୍ତର ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ: ବିଜେଡି

By

Published : Aug 4, 2021, 10:36 PM IST

ଭୁବନେଶ୍ବର: ଓଡିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ପ୍ରସଙ୍ଗ ରାଜନୈତିକ ମୋଡ଼ ନେବାରେ ଲାଗିଛି । ଲୋକସଭାରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ ସ୍ୱାଧୀ ନିରଞ୍ଜନ ଜ୍ୟୋତି ବିଜେପି ସାଂସଦ ସୁରେଶ ପୂଜାରୀଙ୍କ ପ୍ରଶ୍ନରେ ଯେଉଁ ଉତ୍ତର ରଖିଛନ୍ତି ତାହାକୁ କଠୋର ଭାଷାରେ ସମାଲୋଚନା କରିଛି ବିଜେଡି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେଡି କହିଛି । କେନ୍ଦ୍ରମନ୍ତ୍ରୀଙ୍କ ଉତ୍ତର ବିଭ୍ରାନ୍ତିକର ଏବଂ ପକ୍ଷପାତିତାକୁ ଦର୍ଶାଉଛି । ଯାହା ତାଙ୍କ ଦପ୍ତର ପାଇଁ ଆଦୌ ସ୍ପୃହଣୀୟ ନୁହେଁ ବୋଲି କହିଛନ୍ତି ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର ।

ଲୋକସଭାରେ ବିଜେପି ସାଂସଦଙ୍କ ୨୫୦୫ ନମ୍ବର ପ୍ରଶ୍ନର ଉତ୍ତର ଉପରେ ମନ୍ତବ୍ୟ ଦେଇ ସସ୍ମିତ କହିଛନ୍ତି ଯେ, ଗ୍ରାମୀଣ ଗୃହ ନିର୍ମାଣ କ୍ଷେତ୍ରରେ ଓଡିଶା ଏକ ଅଗ୍ରଣୀ ରାଜ୍ୟ । ରାଜ୍ୟ ସରକାରଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛି ବିଜେପି । ଏହାସହ ଓଡିଶାର ଗରିବ ଲୋକଙ୍କୁ ଘର ପାଇବାରୁ ବଞ୍ଚିତ ପାଇଁ ବିଜେପି ଏଭଳି ଷଡଯନ୍ତ୍ର କରୁଛି ବୋଲି ସସ୍ମିତ କହିଛନ୍ତି ।

ସସ୍ମିତ କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ତାଙ୍କ ଉତ୍ତରରେ ବିଜେପି ସାଂସଦଙ୍କ ଏକ ପ୍ରତିନିଧି ଦଳ ଦେଇଥିବା ସ୍ମାରକପତ୍ର ସଂକ୍ରାନ୍ତରେ ଯାହା ଉଲ୍ଲେଖ କରିଛନ୍ତି ତାହା ଅତ୍ୟନ୍ତ ଦୁଃଖଦାୟକ । ମନ୍ତ୍ରୀଙ୍କ ଉତ୍ତରରେ କେବେ ହେଲେ କୌଣସି ରାଜନୈତିକ ଦଳର ସ୍ମାରକପତ୍ର ବିଷୟରେ ଉଲ୍ଲେଖ କରାଯାଏ ନାହିଁ । ତେଣୁ ଏଭଳି ଉତ୍ତର ରାଜନୈତିକ ଉଦ୍ଦେଶ୍ୟ ମୂଳକ । ଇଚ୍ଛାକୃତ ଭାବେ ଓଡିଶା ସରକାରଙ୍କୁ ନିନ୍ଦିତ କରିବା ଲାଗି ଏହା ଉଦ୍ଦିଷ୍ଟ ।

ଏହା ମଧ୍ୟ ପଢନ୍ତୁ:ଓଡିଶାରେ PMAYG ରେ ବ୍ୟାପକ ଅନିୟମିତତା; 12.85 ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ 85% ଅଯୋଗ୍ୟ


ଏଥିରୁ ଜଣାପଡୁଛି ଯେ ସଂସଦରେ ମନ୍ତ୍ରୀଙ୍କର ଉତ୍ତର ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ବିଜେପିକୁ ରାଜନୈତିକ ଫାଇଦା ଦେବାପାଇଁ ଏଭଳି ବିଭ୍ରାନ୍ତିକର ବ୍ୟକ୍ତବ୍ୟ ମନ୍ତ୍ରାଳୟ ପକ୍ଷରୁ ରଖାଯାଇଛି । ଯାହାକୁ କି ପୂର୍ବରୁ ଓଡିଶା ସରକାର ସ୍ପଷ୍ଟ କରି ସାରିଛନ୍ତି । ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ସଂସଦୀୟ ଉତ୍ତରକୁ ରାଜନୀତିକରଣ କରି କେନ୍ଦ୍ରମନ୍ତ୍ରୀ ତାଙ୍କ କାର୍ଯ୍ୟାଳୟର ସମ୍ମାନ ହ୍ରାସ କରୁଛନ୍ତି । ୨୫୦୫ ନମ୍ବର ପ୍ରଶ୍ନର ଉତ୍ତରରେ ସେ ରଖିଥିବା ବକ୍ତବ୍ୟକୁ ସଂଶୋଧନ କରିବା ସହିତ ଏଭଳି ବିଭ୍ରାନ୍ତିକର ଭୁଲ୍‍ ତଥ୍ୟ ନ ରଖିବାକୁ ବିଜେଡି ଦୃଢ ଭାବେ ଦାବି କରିଛି ।

ଓଡିଶା ହେଉଛି ସେହି ରାଜ୍ୟ ଯାହାକୁ ଭାରତ ସରକାର ଗ୍ରାମୀଣ ଗୃହ ନିର୍ମାଣ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପୁରସ୍କୃତ ଓ ପ୍ରଶଂସା କରିଛନ୍ତି । ବର୍ତ୍ତମାନ ଏଭଳି ରାଜନୈତିକ ଉଦ୍ଦେଶ୍ୟ ସହିତ ଓଡିଶାର ଭଲ କାର୍ଯ୍ୟକୁ ନିନ୍ଦିତ ଲାଗି ଉଦ୍ୟମ କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ସସ୍ମିତ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details