ଓଡିଶା

odisha

ETV Bharat / city

କାର୍ଯ୍ୟକାରିଣୀ ବୈଠକରେ ନବୀନଙ୍କ ମନ୍ତ୍ର; ଲୋକଙ୍କ ସହିତ ରୁହ, ସରକାରଙ୍କ ବାର୍ତ୍ତା ପହଞ୍ଚାଅ

ସଭ୍ୟ ସଂଗ୍ରହ ପାଇଁ ବିଜେଡିର ରୋଡମ୍ୟାପ୍‌ । ପ୍ରତି ୱାର୍ଡରେ 4, ଏନଏସିରେ 5, ମୁନିସିପାଲିଟିରେ 15 ଓ ମହାନଗରନିଗମରେ 40 ଜଣ ସକ୍ରିୟ ସଭ୍ୟ ରହିବେ। ଆଜି(ରବିବାର) ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଏପରି ହୋଇଛି ନିଷ୍ପତ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Sep 1, 2019, 12:22 PM IST

Updated : Sep 1, 2019, 5:27 PM IST

ଭୁବନେଶ୍ବର: ସଭ୍ୟ ସଂଗ୍ରହ ପାଇଁ ବିଜେଡିର ରୋଡମ୍ୟାପ। ପ୍ରତି ୱାର୍ଡରେ 4, ଏନଏସିରେ 5, ମୁନିସିପାଲିଟିରେ 15 ଓ ମହାନଗରନିଗମରେ 40 ଜଣ ସକ୍ରିୟ ସଭ୍ୟ ରହିବେ। ଜଣେ ସକ୍ରିୟ ସଭ୍ୟ 24 ଜଣ ସଭ୍ୟ କରିବେ। ସଭ୍ୟ ସଂଗ୍ରହରେ ସ୍ବଚ୍ଛତା ପାଇଁ ଆଧାର ଲିଙ୍କ କରାଯିବ। ପ୍ରତି ସଭ୍ୟଙ୍କୁ ଆଧାର ସହ ଯୋଡାଯିବ। ବିଜେଡି ୱେବ ପୋର୍ଟାଲରେ ଏ ସଂକ୍ରାନ୍ତୀୟ ତଥ୍ୟ ରହିବ। ଆଜି(ରବିବାର) ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଏପରି ନିଷ୍ପତ୍ତି ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହି ଅବସରରେ ତୃଣମୂଳ ସ୍ତରର ଲୋକଙ୍କ ନିକଟରେ ସରକାରଙ୍କ ବାର୍ତ୍ତା ପହଞ୍ଚାଇବା ପାଇଁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ନେତା ଓ କର୍ମକର୍ତ୍ତାଙ୍କୁ କହିଛନ୍ତି । ଏହାସହ ଗାନ୍ଧୀଙ୍କ 150 ଜୟନ୍ତୀ ଅବସରରେ ତାଙ୍କ ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚିବାକୁ ମଧ୍ୟ ନବୀନ କହିଛନ୍ତି ।

ବିଜେଡି ପରିବର୍ଦ୍ଧିତ କାର୍ଯ୍ୟକାରିଣୀରେ 3ଟି ପ୍ରସ୍ତାବ ପାରିତ ହୋଇଛି। ଭାରତୀୟ ସମ୍ବିଧାନ ମୁଖବନ୍ଧରେ ଅହିଂସାକୁ ସ୍ଥାନ ଦେବା ପ୍ରସ୍ତାବ, 2019 ସାଧାରଣ ନିର୍ବାଚନରେ ଦଳକୁ ବିପୁଳ ସମର୍ଥନ ଦେଇଥିବାରୁ ଜନସାଧାରଣ, ଦଳୀୟ କର୍ମୀ, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରସ୍ତାବ ଓ ନିର୍ବାଚନ ଅଧିକାରୀ ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସବୁ କ୍ଷମତା ଦିଆଯିବା ପ୍ରସ୍ତାବକୁ ପାରିତ କରାଯାଇଛି ।

ତେବେ ଦଳର ଏହି ସଭ୍ୟ ସଂଗ୍ରହ ଅଭିଯାନ ଆସନ୍ତାକାଲି (ସୋମବାର) ଠାରୁ ଆରମ୍ଭ ହୋଇ ଅକ୍ଟୋବର 31ସୁଦ୍ଧା ସରିବ। ପ୍ରତି 15 ଦିନରେ ସଭ୍ୟ ସଂଗ୍ରହ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Sep 1, 2019, 5:27 PM IST

ABOUT THE AUTHOR

...view details